୪ଦିନ ହେଲା ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । SDMO ଅଫିସରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ପଡିଲା ତାଲା ।

୪ଦିନ ହେଲା ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । SDMO ଅଫିସରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ପଡିଲା ତାଲା ।

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଡାକ୍ତରଖାନାରେ ଥିବା ଏସ.ଡି.ଏମ.ଓ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ବନ୍ଦ କରିଛି ପାଟଣାଗଡ ଜନ ମଞ୍ଚ ସିଭିଲ ସୋସାଇଟି । ଡାକ୍ତରଖାନରେ ୩ଟି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଥିବା ବେଳେ ୪ ଦିନ ହେବ କେହି ବି ଡାକ୍ତରଖାନା ଆସୁନାହାନ୍ତି । ଫଳରେ ରୋଗୀ ଡାକ୍ତରଖାନାରେ ଚିକିତ୍ସା ନପାଇ ଫେରିଯାଉଛନ୍ତି ।

ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଯାଇ ହଇରାଣ ହରକତ ହେଉଛନ୍ତି । ଏହାକୁ ବିରୋଧ କରି ପାଟଣାଗଡ ଜନମଞ୍ଚ ସିଭିଲ ସୋସାଇଟିର କର୍ମକର୍ତ୍ତାମାନେ ଆଜି ଏସ.ଡିଏମ.ଓ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ମାରି ଧାରଣା ଦେଇଛନ୍ତି । ଏସ.ଡି.ଏମ.ଓ ଏହି ଅଭିଯୋଗକୁ ସ୍ୱୀକାର କରିବା ସହ ଡାକ୍ତରମାନେ ବ୍ୟକ୍ତିଗତ କାମରେ ନିୟୋଜିତ ରହୁଥିବାରୁ ଏପରି ହେଉଛି, ଯାହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe