କନକ ବ୍ୟୁରୋ : ବାହାଘର ପରେ ଗୋଟିଏ ପକ୍ଷ ଚାହିଁଲେ ହୋଇପାରିବ ନାହିଁ ବିବାହ ବିଚ୍ଛେଦ । ବାହାଘର ନୁହେଁ ଖେଳଘର । ଭାରତ ସଭ୍ୟତାରେ ପାଶ୍ଚାତ୍ୟ ପରମ୍ପରାକୁ ଗ୍ରହଣ କରାଯିବ ନାହିଁ, ଯେଉଁଠି ଆଜି ବିବାହ ଆଉ କାଲି ବିଚ୍ଛେଦ । ବିବାହ ବିଚ୍ଛେଦ ମାମଲାର ଶୁଣାଣୀ ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ସବୁକ୍ଷେତ୍ରରେ ଧାରା ୧୪୨କୁ ଲାଗୁ କରି ହେବ ନାହିଁ । ଜଣେ ପକ୍ଷ ଚାହିଁଲେ ବିବାହ ବିଚ୍ଛେଦ ହୋଇ ପାରିବ ନାହିଁ ।
ଶୁକ୍ରବାର ଏକ ବିବାହ ବିଚ୍ଛେଦ ମାମଲା ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି – ବିବାହ ସାଧାରଣ କଥା ନୁହେଁ । ଦୁଇଟି ବ୍ୟକ୍ତି ଯେତେବେଳେ ବିବାହ ପାଇଁ ନିଷ୍ପତ୍ତି ନେଉଛନ୍ତି ସେହି ସମ୍ପର୍କକୁ ସଠିକ୍ ଭାବେ ତୁଲାଇବା ଉଚିତ୍ । ଆମ ସମାଜରେ ବିବାହ ବେଶ ଗୁରୁତ୍ୱ ବହନ କରେ । ପାଶ୍ଚାତ୍ୟ ସଭ୍ୟତାକୁ ଦେଖି ଆଜିର ଯୁବପିଢି ବିବାହକୁ ହାଲୁକା ଭାବେ ନେଉଛନ୍ତି । ଛୋଟ ଛୋଟ କଥାରେ ବିଚ୍ଛେଦ ପାଇଁ ଚାଲି ଆସୁଛନ୍ତି । ପାଶ୍ଚାତ୍ୟ ଢାଞ୍ଚା ଆମେ ଆଦୌ ଗ୍ରହଣ କରିବୁ ନାହିଁ ଯେଉଁଠି ଆଜି ବିବିହା ଆଉ କାଲି ବିଚ୍ଛେଦ ହୋଇଥାଏ ।
ନିଜ ବିବାହକୁ ଦ୍ୱିତୀୟ ସୁଯୋଗ ଦେବା ପାଇଁ ଚାହୁଁଥିବା ଜଣେ ପତି ପତ୍ନୀ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ କରିଥିଲେ । ନିଜ ସ୍ୱାମୀଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁ ନଥିବା କହିଥିଲେ ପତ୍ନୀ ଜଣଙ୍କ । ସେପଟେ ସ୍ୱାମୀଙ୍କ କହିବା କଥା ବିବାହ ପରେ ମାତ୍ର ୪୦ ଦିନ ସେମାନେ ଏକାଠି ରହିଛନ୍ତି ଆଉ ଗତ ୨ ବର୍ଷ ହେଲାଣି ଅଲଗା ରହୁଛନ୍ତି । ତାଙ୍କ ପତ୍ନୀ ବିବାହ ପୂର୍ବରୁ କାନାଡାରେ ରହି ଚାକିରୀ କରୁଥିଲେ । କୋଭିଡ୍ ବେଳେ ଭାରତ ଆସିଥିଲେ । ସେତବେଳେ ସେମାନଙ୍କ ବିବାହ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/6-16.jpg)