କନକ ବ୍ୟୁରୋ: ମନମୋହନଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ । ଆଗାମୀ ନିର୍ବାଚନରେ ଦଳ ସବୁ ଆସନରେ ପ୍ରାର୍ଥୀ ଦେବ । ବର୍ତ୍ତମାନ ପୁରୀ ଓ ଭୁବନେଶ୍ୱରରେ ବିଜେପି ସାଂସଦ ଅଛନ୍ତି । କେବଳ ଏହି ଦୁଇଟି ଆସନ ନୁହେଁ, ସବୁ ସିଟରେ ଦଳ ଲଢ଼ିବ ବୋଲି କହିଛନ୍ତି ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ କଥାକୁ ଅସ୍ୱୀକାର କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଥିଲେ, ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ ମନମୋହନ ।