କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ ।
ପୁରୀ : ଜୁନ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ଭର୍ଚ୍ୟୁଆଲ୍ ବୈଠକରେ ନିଆଗଲା ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।#KanakNews@Puri_Officialpic.twitter.com/IFFgbrhGOu
— Kanak News (@kanak_news) May 31, 2021
ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା କରିବା ନେଇ ନିଷ୍ପତି ପରେ ରଥଯାତ୍ରାରେ ଏଭଳି କଟକଣା କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ବୋଲି କୁହାଯାଉଛି । ସେପଟେ ରଥଖଳାରେ ଅଖ ଅନୁକୂଳ ହୋଇଛି ଏବଂ ଭଲ ଖବର ହେଉଛି ରଥଖଳା ବର୍ତମାନ ସଂପୂର୍ଣ୍ଣ କୋଭିଡ ସଂକ୍ରମଣ ମୁକ୍ତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/11-22.jpg)