କନକ ବ୍ୟୁରୋ : ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ପାଇଁ ଚେଷ୍ଟା କରାଯାଉଛି । ଏଭଳି ଚେଷ୍ଟା କରିବା ପଛରେ ଷ୍ଟେଟ ରହିଛି । ଏଭଳି କିଛି ମ୍ୟାସେଜ କିଛି ବିରୋଧୀଦଳ ନେତାଙ୍କ ମୋବାଇଲକୁ ଆସିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ସଂସଦ ଆଇଟି ପ୍ୟାନେଲର ମୁଖ୍ୟ ପ୍ରତାପ ରାଓ ଜାଘବ କହିଛନ୍ତି କି, ଏହି ମାମଲାରେ ଆପଲକୁ ଜେରା କରାଯିବ କି ନାହିଁ ତା ଉପରେ ବିଚାର ଚାଲିଛି । ସଂସଦୀୟ ସ୍ଥାୟୀ (ଆଇଟି) କମିଟି ଆଗାମୀ ବୈଠକରେ ଆପଲ ପ୍ରତିନିଧୀଙ୍କୁ ହକାଇ ଭାରତରେ ଅନେକ ସାର୍ବଜନୀନ ବ୍ୟକ୍ତିଙ୍କ ଉପରେ ହୋଇଥିବା ରାଜ୍ୟ ପ୍ରାୟୋଜିତ ଆକ୍ରମଣର ସମାଧାନ କରିବାକୁ ବିଚାର କରୁଛି ବୋଲି କମିଟି ସଚିବାଳୟର ଜଣେ ଅଧିକାରୀ କହିଛନ୍ତି ।

Advertisment

କେତକ ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ କରାଯାଉଥିବା ଦାବିକୁ ନେଇ ଚିନ୍ତା ପ୍ରକଟ କରି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଏହାର ତଦନ୍ତ କରିବାକୁ କହିଛନ୍ତି । ସଠିକ୍ ସୂଚନା ସହ ଏହି ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନେକ ସାଂସଦଙ୍କ ଅଭିଯୋଗ ପରେ କଂଗ୍ରେସ ଲୋକସଭା ସାଂସଦ ତଥା ଆଇଟି କମିଟି ସଦସ୍ୟ କାର୍ତ୍ତି ଚିଦାମ୍ବରମ ଆଇଟି କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆପଲକୁ ପ୍ୟାନେଲରେ ଡାକିବାକୁ ଅନୁରୋଧ କରିଛନ୍ତି । ପ୍ରଭାବିତ ସାଂସଦଙ୍କୁ ସାକ୍ଷୀ ଭାବେ ସାକ୍ଷ୍ୟ ଦେବା ପାଇଁ ଅନୁମତି ଦେବାକୁ ମଧ୍ୟ ସେ ଚିଠିରେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଆପଲ ମଙ୍ଗଳବାର ଦିନ ଏକ ବିବୃତ୍ତି ଜାରି କରି କହିଛି କି, କୌଣସି ନିର୍ଦ୍ଧିଷ୍ଟ ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣକାରୀଙ୍କୁ ଧମକପୂର୍ଣ୍ଣ ସୂଚନା ଦିଆଯାଇନାହିଁ । ଅନେକ ବିରୋଧୀ ସାଂସଦ ଦାବି କରି କହିଛନ୍ତି କି, ସେମାନେ ଆପଲରୁ ମେସେଜ ପାଇଛନ୍ତି କି, ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣକାରୀମାନେ ସେମାନଙ୍କ ଆଇ ଫୋନକୁ ଦୂରରୁ ହ୍ୟାକ୍ କରିବା ପାଇଁ ଚେଷ୍ଟା କରୁଛନ୍ତି ।