ଆନ୍ଧ୍ର ମାଛ ଉପରୁ ହଟିଲା ବଡ ସସପେନ୍ସ । କୃଷିମନ୍ତ୍ରୀ କହିଲେ ମାଛରେ ମିଶୁନି ଫର୍ମାଲିନ

33

କନକ ବ୍ୟୁରୋ : ଗତକିଛି ଦିନ ହେବ ମାଛରେ ପର୍ମାଲିନ ମିଶୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିଭାଗୀୟ ଅଧିକାରୀମାନେ ଚଢଉ ଆରମ୍ଭ କରିଥିଲେ । ପରେ ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛକୁ ପରୀକ୍ଷା କରିବା ପାଇଁ ଲ୍ୟାବକୁ ପଠାଇଥିଲା । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରରୁ ଆସିଥିବା ମାଛରେ ଫର୍ମାଲିନ ନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମାଛରେ ଫର୍ମାଲିନ ମିଶୁଥିବା ନେଇ ସୂଚନା ମିଳିବାପରେ ସରକାରଙ୍କୁ ବିରୋଧୀମାନେ ପ୍ରଶ୍ନ କରିଥିଲେ । ଏକ ଅଣତାରକା ପ୍ରଶ୍ନରେ ବିରୋଧୀ କଂଗ୍ରେସ ଦଳର ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।

 

  ସେହି ପ୍ରଶ୍ନରେ ଆନ୍ଧ୍ରରୁ କେତେ ମାଛ ପ୍ରତ୍ୟେକ ଦିନ ଓଡିଶାକୁ ଆସୁଛି? ଯେଉଁ କଥା ଚର୍ଚ୍ଚା ହେଉଛି କି ଆନ୍ଧ୍ର ମାଛରେ ଫର୍ମାଲିନ ମିଶୁଛି ବୋଲି ତାହାର ପରୀକ୍ଷା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ତେବେ ସେହି ପ୍ରଶ୍ନର ଉତ୍ତରରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଆନ୍ଧ୍ରରୁ ୪୦,୬୧୯ ମେଟ୍ରିକଟନ ମାଛ ଆସିଛି । ତେବେ ମାଛରେ ଫର୍ମାଲିନ ମିଶୁଥିବା ନେଇ ଖବର ଆସିବା ପରେ ତାହାକୁ ପରୀକ୍ଷା କରାଯାଇଥିଲା । ରାଜ୍ୟର କିଛି ସ୍ଥାନ ସହ ଅନେକ ଜିଲ୍ଲାରୁ ମାଛ ଗୁଡିକର ପରୀକ୍ଷା କରାଯାଇଥିଲା । ତେବେ ସେହି ମାଛରେ ଫାର୍ମାଲିନ ମିଶିଥିବାର ପ୍ରମାଣ ମିଳିନଥିବା ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଓଡିଶାରେ ଯେଉଁ ମାଛ ମିଳୁଛି ସେହି ମାଛ ଖାଇଲେ କୈାଣସି କ୍ଷତି ହେବ ନାହିଁ ବୋଲି ରିର୍ପୋଟରୁ ଜଣାପଡିଛ