ତୃତୀୟ ଲହର ଆଶଙ୍କା ଭିତରେ ଆଶ୍ୱସ୍ତି ଆଣିଲା କାନପୁର ଆଇଆଇଟିର ଆକଳନ । ଘାତକ ହୋଇନପାରେ ସଂକ୍ରମଣ । ନୂଆ ଭାରିଆଂଟ ନ’ଆସିଲେ ସ୍ୱାଭାବିକ ରହିବ ସ୍ଥିତି 

219

କନକ ବ୍ୟୁରୋ: ଆକଳନ ଅନୁସାରେ, ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦେଶ କରୋନାର ତୃତୀୟ ଲହର ସାମ୍ନା କରିବ, ଯଦି ବର୍ତମାନର ଭାରିଆଂଟ ତୁଳନାରେ ନୁଆ ଏକ ଘାତକ ଷ୍ଟ୍ରେନ ପ୍ରଭାବ ବିସ୍ତାର କରେ ।

-ଯଦି କରୋନାର ନୁଆ କିଛି ଭାରିଆଂଟ ଆସେ, ତେବେ କରୋନାର ପିକ୍ କିଛି ଏଭଳି ରହିବ, ଯାହା ଦ୍ୱିତୀୟ ଲହର ତୁଳନାରେ ଯଥେଷ୍ଟ କମ୍ ଘାତକ ହେବ । ଅର୍ଥାତ୍, ବିଶେଷ ପ୍ରଭାବ ପକାଇବ ନାହିଁ ।

-ଯଦି ବେଶୀ ଘାତକ ଷ୍ଟ୍ରେନ କିଛି ନଆସେ, ତେବେ ପିକ୍ ଅଳ୍ପ କିଛି ମାତ୍ରା ବଢିବାର ପୂର୍ବାନୁମାନ କରାଯାଉଛି ।

-ଯଦି ବର୍ତମାନର ସ୍ଥିତି ଯାହା ରହିଛି ତାହା ବଜାୟ ରୁହେ, ତେବେ ସଂକ୍ରମଣର ସଂଖ୍ୟାରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ ।

ସଂକ୍ରମଣର ପୂର୍ବାନୁମାନ କରିବାକୁ ଗଠିତ ହୋଇଥିବା କମିଟିର ସଦସ୍ୟ ଅଛନ୍ତି, ଆଇଆଇଟି କାନପୁର ବୈଜ୍ଞାନିକ ଅନିନ୍ଦର ଅଗ୍ରୱାଲ । ଟ୍ୱିଟ କରି ସେ ଦେଇଥିବା ଏହି ସୂଚନା, କିଛି ପରିମାଣରେ ଆଶ୍ୱସ୍ତି ଆଣିଛି ।

ଆକଳନ ଅନୁସାରେ

-ତୃତୀୟ ଲହରର ପିକ୍ ବେଳେ ଦୈନିକ ସଂଖ୍ୟା ୧ ଲକ୍ଷ ରହିପାରେ

-ଦ୍ୱିତୀୟ ଲହର ବେଳେ ଶୀର୍ଷ ସଂକ୍ରମଣ ୪ ଲକ୍ଷ ଟପିଥିଲା

-ଯଦି କୈାଣସି ନୁଆ ଭାରିଆଂଟ ନଆସେ, ତେବେ ସ୍ଥିତାବସ୍ଥା ବଜାୟ ରହିବ

-ସେପ୍ଟେମ୍ବରରେ ୫୦% ଅଧିକ ସଂକ୍ରାମକ ଭାରିଆଂଟ ଆସିଲେ ବି ସ୍ଥିତି ସାମାନ୍ୟ ରହିବ

-ଗତ ମାସରେ ଏହି ମଡେଲରେ ଦୈନିକ ୧.୫ ରୁ ୨ ଲକ୍ଷ କେସ ନେଇ ପୂର୍ବାନୁମାନ

-ନୂଆ ଘାତକ ଭାରିଆଂଟ ଆସୁନଥିବାରୁ ମଡେଲରେ ହୋଇଛି ପରିବର୍ତନ 

ଜୁଲାଇ ଏବଂ ଅଗଷ୍ଟରେ ହୋଇଥିବା ଟୀକାକରଣ, ଏବଂ ସେରୋ ସର୍ଭେର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଥିବା ସୂଚନା ମିଳିଛି । କୁହାଯାଉଛି, ଆଗାମୀ ଦିନର ପୂର୍ବାନୁମାନରେ ସଂକ୍ରମଣ ସଂଖ୍ୟା ଲକ୍ଷେ ତଳକୁ ବି ଖସିପାରେ ।