କନକ ବ୍ୟୁରୋ : ଟଳିଲା ବାତ୍ୟା ଆଶଙ୍କା । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିମତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିିଁ । ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗି ରହିବ । ଏନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବାତ୍ୟା ଆଶଙ୍କାକୁ ଖଣ୍ଡନ କରି ଆଇଏମଡି ଡିଜି କହିଛନ୍ତି, ବାତ୍ୟାର ପୂର୍ବାନୁମାନ ନାହିଁ ବୋଲି ଆଇଏମଡି ପୂର୍ବରୁ କହିଛି । କେବଳ ଲଘୁଚାପ ନେଇ ପୂର୍ବାନୁମାନ କରିଥିଲୁ । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ । ୧୪, ୧୫ ଓ ୧୬ ତାରିଖ ଓଡିଶାରେ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ବଡ ବର୍ଷାର ସମ୍ଭାବନା ରହିଛି । ଏନେଇ ଡରିବାର କୌଣସି କଥା ନାହିଁ ।
ବାତ୍ୟା ନୁହେଁ, ୩ଦିନ ଲାଗିରହିବ ବର୍ଷା । ସୂଚନା ଦେଲେ IMD ଡିଜି
/kanak/media/post_attachments/wp-content/uploads/2021/10/15-14.jpg)