କାଶ୍ମୀରର ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । କାଶ୍ମୀରରେ କର୍ଫ୍ୟୁ ନାହିଁ, ସ୍ଥିତି ସ୍ୱାଭାବିକ ରହିଛି । ଜାତୀୟ ନିରାପତ୍ତା ଠାରୁ ଉଦ୍ଧ୍ୱର୍ରେ ନୁହେଁ ଇଣ୍ଟରନେଟ ।

କାଶ୍ମୀରର ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । କାଶ୍ମୀରରେ କର୍ଫ୍ୟୁ ନାହିଁ, ସ୍ଥିତି ସ୍ୱାଭାବିକ ରହିଛି । ଜାତୀୟ ନିରାପତ୍ତା ଠାରୁ ଉଦ୍ଧ୍ୱର୍ରେ ନୁହେଁ ଇଣ୍ଟରନେଟ ।

କନକ ବ୍ୟୁରୋ :ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କେମିତି ସ୍ଥିତି ରହିଛି । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ସ୍ପଷ୍ଟୀକରଣ ଦେଇଛନ୍ତି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହା କହିଛନ୍ତି ଯେ, କାଶ୍ମୀରରେ କର୍ଫ୍ୟୁ ନାହିଁ ଏବଂ ସ୍ୱାଭାବିକତା ମଧ୍ୟ ଫେରି ଆସିଛି ।

ରାଜ୍ୟସଭାରେ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରି ଅମିତ ଶାହା ଉପତ୍ୟକାରେ ଇଣ୍ଟର୍‌ନେଟ୍‌ ନିଷେଧକୁ ସମର୍ଥନ କରିବା ସହ କହିଛନ୍ତି, ସ୍ଥାନୀୟ ପ୍ରଶାସନ ଅନ୍ୟାନ୍ୟ ନିଷ୍ପତ୍ତିର ସମୀକ୍ଷା କରିବ। ଇଣ୍ଟରନେଟ୍‌ ସର୍ଭିସ୍‌ ସମ୍ପର୍କରେ ଜମ୍ମୁ ଓ କଶ୍ମୀର କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କଶ୍ମୀର ଅଞ୍ଚଳରେ ପାକିସ୍ତାନର କାର୍ଯ୍ୟକଳାପ ମଧ୍ୟ ଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟି ରଖି ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବ।

ଧାରା ୩୭୦ ଉଚ୍ଛେଦ ପରେ କୌଣସି ସମସ୍ୟା ଦେଖାଯାଇନାହିଁ । ହସ୍ପିଟାଲରେ ଯଥେଷ୍ଟ ପରିମାଣର ଔଷଧ ମିଳୁଛି, କୌଣସି ସମସ୍ୟା ନାହିଁ। ଭ୍ରାମ୍ୟମାଣ ଔଷଧ ଗାଡ଼ି ବୁଲାଇବା ଆରମ୍ଭ ହୋଇଛି। ପ୍ରଶାସନ ସ୍ୱାସ୍ଥ୍ୟସେବା କଥା ବୁଝୁଛି। ତେବେ ଶାହାଙ୍କ ଏଭଳି ସ୍ପଷ୍ଟୀକରଣରେ କଂଗ୍ରେସ ସଦସ୍ୟ ମାନେ ଗୃହରେ ହଟ୍ଟଗୋଳ କରିଥିବା ବେଳେ ଜାତୀୟ ନିରାପତ୍ତା ଠାରୁ ଇଣ୍ଟରନେଟ ଉଦ୍ଧ୍ୱର୍ରେ ନୁହେଁ ବୋଲି କହିଛନ୍ତି ଅମିତ୍ । ଏହାଛଡାଳ ଜମ୍ମୁ ଓ କଶ୍ମୀରରେ କେବେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ପଚରାଯିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe