କନକ ବ୍ୟୁରୋ : ଦେଶର ୧୩ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି ଅପରାଧିକ ମାମଲା ରହିଛି । ଯେଉଁ ମାମଲା ଗୁଡିକ ମଧ୍ୟରେ ୩୭ଟି ଅତି ସଙ୍ଗୀନ ମାମଲା ରହିଛି । ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି ଅପରାଧିକ ମାମଲା ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ରହିଛି । ଏହି ତାଲିକାର ତୃତୀୟରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନମୋହନଙ୍କ ନାଁରେ ମୋଟ ୩୮ଟି ମାମଲା ରହିଥିବା ବେଳେ ୩୫ଟି ସଙ୍ଗୀନ ଅପରାଧିକ ମାମଲା ରହିଛି ।

Advertisment

ସେହିଭଳି ଦେଶର କୋଟିପତି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରହିଛନ୍ତି । ଜଗନମୋହନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୧୦ କୋଟିରୁ ଅଧିକ ଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ।
ସେହିଭଳି ସବୁଠାରୁ କମ୍ ସଂପତି ସହ ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ଥିବା ଏ.ଡି.ଆର୍ ରିପୋର୍ଟରେ ଉଲ୍ଲେଖ ହୋଇଛି ।