କନକ ବ୍ୟୁରୋ: ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି କୋଭିଡ୍ ଟିକାକରଣ । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ । ତେବେ ଏହି ଜିଲ୍ଲାଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଟିକାକରଣ ସୁରୁଖୁରରେ ଚାଲିବ । ଲକଡାଉନ୍ ଥିଲେ ମଧ୍ୟ ଲୋକମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇପାରିବେ ବୋଲି ପୂର୍ବରୁ ରାଜ୍ୟ ସରକାର ଧାର୍ଯ୍ୟ କରିସାରିଛନ୍ତି ।
ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି ଟିକାକରଣ । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ । #Vaccination#Odishapic.twitter.com/3yBMukl3ny
— Kanak News (@kanak_news) May 4, 2021
ତେବେ ଗତ କିଛି ଦିନ ହେଲା ଲଗାତାର ଭାବେ ବିଭିନ୍ନ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ରାଜ୍ୟରେ ଟିକାର ଅଭାବ ହେତୁ ଏପରି ହେଉଥିବା କୁହାଯାଉଛି । ଯେଉଁ ପରିମାଣର ଟିକା ରାଜ୍ୟ ଏବେ ଆବଶ୍ୟକ ହେଉଛି ସେହି ପରିମାଣର ଟିକା ଓଡିଶା ପାଉନି । ଯେଉଁ କାରଣରୁ ଟିକାକରଣ ବାଧାପ୍ରାପ୍ତ ହେବା ସହିତ ଅନେକ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/syringe-836643392.jpg)