ତାମିଲନାଡୁ ମଦୁରାଇରେ ବିଶାଳ ମାଛ ଧରା ପ୍ରତିଯୋଗିତାର ଦୃଶ୍ୟ : ମାଛ ଧରିବାକୁ ଆସିଲେ, କୋଭିଡ୍ କଟକଣା ଭୁଲିଗଲେ

302

କନକ ବ୍ୟୁରୋ : ଦେଶରେ ଦୈନିକ ସଂକ୍ରମଣ ଆଜି ୪ ଲକ୍ଷ ଟପିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଆମ ସମସ୍ତଙ୍କ ଜୀବନ ବି ଆଶଙ୍କା ଘେରରେ ରହିଛି । ଏହା ଭିତରେ ତାମିଲନାଡୁ ମଦୁରାଇରୁ ଆସିଛି ଏହି ଦୃଶ୍ୟ ଯାହାକୁ ଦେଖିଲେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସତରେ କଣ ଏମାନଙ୍କୁ କରୋନା ଭୟ ନାହିଁ ?

ଏହି ଦୃଶ୍ୟ ଆସିଛି ତାମିଲନାଡୁ ମଦୁରାଇରୁ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଆୟୋଜିତ ହୋଇଛି ବିଶାଳ ମାଛ ଧରା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୭ ରୁ ୭୦ ବୟସର ପୁରଷ, ମହିଳା, ବୃଦ୍ଧଙ୍କଠୁ ଆରମ୍ଭ କରି ଛୋଟଛୋଟ ପିଲାମାନେ ଅଂଶଗ୍ରହଣ କରିଛନ୍ତି । ପୋଖରୀରେ ମାଛ ଧରିବା ପାଇଁ ଶହ ଶହ ସଂଖ୍ୟକ ଲୋକ ଏଠାରେ ଭିଡ ଜମାଇଛନ୍ତି । ଏହି ପ୍ରତିଯୋଗିତରେ ଯିଏ ସବୁଠୁ ବଡ ମାଛ ଧରିବାରେ ସଫଳ ହୁଏ ସେହି ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଏ ।

ତେବେ ପ୍ରତିଯୋଗିତାରେ ସଫଳତା ପାଇବା ନିଶାରେ ଏମାନେ ଭୁଲିଯାଇଛନ୍ତି ସାମାଜିକ ଦୂରତା ଓ ମାସ୍କ ବ୍ୟହାରର ଗୁରୁତ୍ୱ । କରୋନା କାଳ ଭିତରେ ଏଭଳି ପ୍ରତିଯୋଗିତା ମନରେ ଏକାଧିକ ପ୍ରଶ୍ନ ଉଠାଇଛି । ଗୋଟେ ପରେ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ଲଢେଇ ପାଇଁ ଏକାଧିକ କଟକଣା ଉପରେ ଜୋର ଦେଉଥିବାବେଳେ ଅନ୍ୟପଟେ ଏଭଳି ଢଙ୍ଗରେ ଭାଙ୍ଗୁଛି କୋଭିଡ ନିୟମ ।