କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ । ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ସଂସଦରେ ବିରୋଧୀଙ୍କ ହୋହାଲ୍ଲା । ଇ-ଣ୍ଡି-ଆ ମେଂଟର ସାଂସଦମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରିଛନ୍ତି । ବିରୋଧୀଙ୍କ ହୋହାଲ୍ଲା ଯୋଗୁ ମଧ୍ୟାନ ୨ଟା ଯାଏ ଲୋକସଭା ମୁଲତବୀ ଘୋଷଣା କରାଯାଇଛି । ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।

Advertisment

ଯାହାକୁ ବାଚସ୍ପତି ବିଚାରକୁ ନେଇଛନ୍ତି ବାଚସ୍ପତି । ଯଦି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୁଏ, ତେବେ କାହା ପାଖରେ କେତେ ସାଂସଦ ଅଛନ୍ତି ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି । ବିରୋଧୀ ସଂଖ୍ୟାରେ କମ ହୋଇଥିଲେ ବି ପ୍ରସଙ୍ଗ ଜଟିଳ ଥିବାରୁ ପ୍ରଧାନମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି । ଲୋକସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୫ଟି ସିଟ୍ ଫାଙ୍କା ରହିଛି । ତେଣୁ ଅନାସ୍ଥା ପ୍ରସ୍ତାବ ପାରିତ ହେବାକୁ ୨୭୦ ସାଂସଦଙ୍କ ଆବଶ୍ୟକତା ରହିଛି ।

ଏନଡିଏ—୩୧୬

ବିଜେପି-୩୦୧
ଏଲଜେଏସପି—୬
ଏଡି(ଏସ)-୨
ଅନ୍ୟ ସହଯୋଗୀ-୭

ଆଇ.ଏନ.ଡି.ଆଇ.ଏ—୧୩୨

କଂଗ୍ରେସ-୫୦
ଡିଏମକେ-୨୪
ଏଆଇଟିସି-୨୩
ଜେଡିୟୁ- ୧୬
ଅନ୍ୟ ସହଯୋଗୀ-୧୯

ନିରପେକ୍ଷ—୬୬

ୱାଇଏସଆରସିପି--୨୨
ବିଜେଡି-୧୨
ବିଏସପି-୯
ଟିଆରଏସ-୯
ଟିଡିପି-୩
ଅନ୍ୟାନ୍ୟ-୧୧