କନକ ବ୍ୟୁରୋ: ଗତ କିଛିଦିନ ପୂର୍ବେ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ୮ କାଉନସିଲର । ନିମାପଡା ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କାଉନସିଲର । ତେବେ ଆଜି ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି । ତାଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ବିରୋଧ ଭୋଟ୍ ପଡିନାହିଁ । ତେଣୁ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି । ଅନାସ୍ଥା ପ୍ରସ୍ତାବ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ ସସ୍ମିତା ସାହୁ । ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ବିଜେପି ନେତା ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଥିଲେ । ତେବେ ଆଜି ସେ ନିଜ ପଦ କାଏମ ରଖିବାରେ ସକ୍ଷମ ହୋଇଛନ୍ତି ।