ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା । ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା ।

82

କନକ ବ୍ୟୁରୋ : ଆସନ୍ତା ୩୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ଗତ ଗୁରୁବାର ପ୍ରସ୍ତାବ ଆସଥିଲେ ମଧ୍ୟ ବାଚସ୍ପତି କୌଣସି କାରଣରୁୁ ଗୃହକାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ମୁଲତବି ଘୋଷଣା କରିଛନ୍ତି । ଯାହା ଫଳରେ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇ ପାରିନାହିଁ । ଗତ ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୁଦ୍ଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ଅନ୍ୟପଟେ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବ ସମ୍ମୁଖୀନ ହେବା ପୂର୍ବରୁ ଇସଲାମାବାଦରେ ନିଜ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଇସଲାମାବାଦରେ ବିରାଟ ରାଲି କରି ଶକ୍ତି ପ୍ରଦର୍ଶନ ବେଳେ ଇମୋସନାଲ କାର୍ଡ ଖେଳିଛନ୍ତି ଇମ୍ରାନ । ବିରୋଧୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସହ ସରକାର କିମ୍ବା ତାଙ୍କ ଜୀବନ ଚାଲିଗଲେ ମଧ୍ୟ ସେ କେବେହେଲେ ବିରୋଧୀଙ୍କୁ କ୍ଷମା କରିବେ ନାହିଁ ବୋଲି ଉପସ୍ଥିତ ଲୋକଙ୍କ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।