କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଶାହା କହିଛନ୍ତି, ଆଗାମୀ ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦିତା ହେବ ନାହିଁ । ଦେଶର ଜନତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ କାରଣ ପୂର୍ବରୁ କାହାକୁ ବିରୋଧୀ ଆସନରେ ବସାଇବାକୁ ମଧ୍ୟ ଆବଶ୍ୟକୀୟ ସିଟ୍ ଦେଇନଥିଲେ ଦେଶର ଜନତା ।
ସେହିଭଳି ଅମିତ ଶାହା କହିଛନ୍ତି, ଆଗାମୀ ନିର୍ବାଚନ ଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରିବ । କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ । ଭାରତ ଏବେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି । ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗକୁ ପ୍ରାଥମିକତା ଦେଉଛନ୍ତି ମୋଦୀ ସରକାର ।
୮ ବର୍ଷର ସ୍ୱଳ୍ପ ସମୟରେ ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିଛୁ । ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିବାକୁ ପ୍ରୟାସ କରୁଛୁ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ମୋଦୀ ସରକାରର ସବୁଠୁ ବଡ ଉପଲବ୍ଧି ।
Follow Us