କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଭିତରେ ଆସିଲା ଭଲ ଖବର । ଏବେବି ଦେଶରେ କରୋନା ଭୂତାଣୁର ଆରମ୍ଭ ହୋଇନି କମ୍ୟୁନିଟି ଟ୍ରାନ୍ସମିଶନ । ସମୂହ ସଂକ୍ରମଣ ଆରମ୍ଭ ହୋଇନଥିବା ଦାବି କରିଛି ଭାରତୀୟ ମେଡିକାଲ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର । କୁହାଯାଇଛି ଜଣଙ୍କ ଦେହରୁ କରୋନା ପଜିଟିଭ୍ ବାହାରିବାର ଅର୍ଥ ନୁହେଁ ଯେ, ପୂରା ଅଂଚଳକୁ ଏହା ବ୍ୟାପିଯାଇଛି ।
Indian Council of Medical Research (ICMR) Director-General Balram Bhargava:We did random sampling study of community transmission of about 820 samples from 50 sites.They have come negative.We will scale it up.According to this study community spread has not happened. #coronaviruspic.twitter.com/Hch0mXT2G5
— ANI (@ANI) March 19, 2020
ଆଇସିଏମଆରର ସୂତ୍ର ଅନୁସାରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ପ୍ରାୟ ୮୨୦ ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ସଂଗ୍ରହ କରାଯାଇଥିବା ସମସ୍ତ ନମୁନା ନେଗେଟିଭ୍ ଆସିଛି । ନମୁନା ସଂଗ୍ରହ କରାଯାଇଥିବା ଏହି ବ୍ୟକ୍ତିମାନେ ଦେଶ ବାହାରକୁ ଯାଇନଥିଲେ କି ବିଦେଶରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିନଥିଲେ । ସେହିଭଳି ଲୋକଙ୍କୁ ବାଛିବାଛି ନମୁନା ସଂଗ୍ରହ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାରତରେ ଏବେବି ଷ୍ଟେଜ୍ ଟୁରେ ଅଛି କରୋନା ଭୁତାଣୁର ସଂକ୍ରମଣ ।