ନୋଟ୍ରେ ଡାମ୍ କ୍ୟାଥେଡ୍ରଲ ଚର୍ଚ୍ଚ ୨୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଡଦିନ (କ୍ରିସ୍ ମାସ୍) ଆୟୋଜନ କରୁନାହିଁ । ଏହାର କାରଣ ହେଉଛି ବର୍ଷ ଆରମ୍ଭରୁ ଏହି ଚର୍ଚ୍ଚରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ରବିବାର ଚର୍ଚ୍ଚ ମୁଖପାତ୍ର ଆଣ୍ଡେ କହିଛନ୍ତି, ପ୍ରଥମ ଥର ୧୮୦୩ ମସିହାର ୮୫୦ ବର୍ଷର ପୁରୁଣା ଚର୍ଚ୍ଚ ବଡଦିନ ପର୍ବ ପାଳନ କରୁନାହିଁ ।
ୟୁନେସ୍କୋର ଐତିହସ୍ଥଳରେ ଗତ ଏପ୍ରିଲ ମାସରେ ଅଗ୍ନିକାଣ୍ଡ ଘଟିଥିଲା ଓ ବହୁତ କ୍ଷୟକ୍ଷତି ହୋଇଥିଲା । /kanak/media/post_attachments/wp-content/uploads/2019/12/Notre-Dame-fire-1114869-300x178.jpg)
ବିଗତ ୨୦୦ ବର୍ଷ ହେବ ଏହି ଚର୍ଚ୍ଚ ବଡଦିନରେ ଖୋଲାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏହାକୁ ଖୋଲାଯାଇଥିଲା । ପ୍ରାନ୍ସସିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ସର୍ଟସକ୍ରିଟ୍ କିମ୍ବା ସିଗାରେଟ୍ ଯୋଗୁଁ ହୋଇଥାଇପାରେ । ଜଣେ ଅଧିକାରୀ କହିଛନ୍ତି ଯେ, ଅବହେଳା ଯୋଗୁଁ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟିଥିଲା ଓ ଘଟଣାର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ତ୍ରୟୋଦଶ ଶତାବ୍ଦୀର ଏହି ଚର୍ଚ୍ଚକୁ ୫ ବର୍ଷ ମଧ୍ୟରେ ନିର୍ମାଣ କରାଯିବାର ନିଷ୍ପତି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/notre-dame-cathedral-fire-dezeen-hero.jpg)