ବଦଳିବେ ନାହିଁ ପିସିସି ସଭାପତି। ନିଂରଜନଙ୍କ ହାତରେ ହିଁ ରହିବ କଂଗ୍ରେସର ମଙ୍ଗ। ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସୂଚନା

ରାଜ୍ୟ କଂଗ୍ରେସରେ ବିରୋଧୀ ଗୋଷ୍ଠୀଙ୍କୁ ଝଟକା: ଦଳରେ ଶୃଂଖଳା ଭାଂଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

542

କନକ ବ୍ୟୁରୋ: ବିରୋଧୀଙ୍କୁ ଝଟକା । ପିସିସି ସଭାପତି ପଦରେ ରହିବେ ନିରଞ୍ଜନ ପଟ୍ଟନାୟକ । ଦିଲ୍ଲୀରେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଏହି ଘୋଷଣା କରିଛନ୍ତି । ବାହାରେ ବୟାନବାଜି କରୁଥିବା ନେତାଙ୍କ ପାଇଁ ସେ ସତର୍କ ବାଣୀ ଶୁଣାଇଛନ୍ତି । ଜିତେନ୍ଦ୍ର ସିଂ କହିଛନ୍ତି, ଯେଉଁମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି , ସେମାନଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହାର ଯଦି ଅଭିଯୋଗ ରହିଛି ତେବେ ସେମାନେ ଏଆଇସିସିକୁ ଆସି ପାର୍ଟିର ଅଧ୍ୟକ୍ଷ ଏବଂ ମୋ ସହିତ ଆଲୋଚନା କରି ନିଜର ମତ ରଖିପାରିବେ ବୋଲି କହିଛନ୍ତି ଜିତେନ୍ଦ୍ର ସିଂ । ଏହା ପରେ ନିରଞ୍ଜନ ବିରୋଧୀ ଗୋଷ୍ଠୀଙ୍କୁ ବଡ ଝଟକା ଲାଗିଛି ।

pcc

କିଛି ଦିନ ତଳେ ନିରଞ୍ଜନ ବିରୋଧୀ କଂଗ୍ରେସର କିଛି ଦ୍ୱିତୀୟ ଧାଡି ନେତା ପିସିସି ସଭାପତି ବଦଳିବା ସପକ୍ଷରେ ଯୁକ୍ତ ବାଢିଥିଲେ । ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଥିଲା । ସେପଟେ ନିରଞ୍ଜନ ବିରୋଧୀ ନେତାଙ୍କ ବିରୋଧରେ ଗର୍ଜିଛନ୍ତି ନିରଞ୍ଜନଙ୍କ ସପକ୍ଷରେ ଥିବା ନେତା । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନିରଞ୍ଜନଙ୍କ ସମର୍ଥକ । ଆଜି ଭୁବନେଶ୍ୱରରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ ନିରଞ୍ଜନଙ୍କ ସମର୍ଥକ ଓ ୨୦୧୯ ନିର୍ବାଚନରେ ଲଢିଥିବା ନେତା ସାମିଲ ହୋଇଥିଲେ ।