କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ଆଜି ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଧମକ । ଦତମହାପାତ୍ର ସେବକଙ୍କୁ ଆଜି ବନକଲାଗି କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୁକ୍ତି ରଖିଛନ୍ତି । କହିଛନ୍ତି, ଆଜି ବନକଲାଗି କରାନଗଲେ ଧାରା ୩୩ ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ ।
ହେଲେ ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି ଦତ୍ତମହାପାତ୍ର ସେବାୟତ । ଆସନ୍ତାକାଲି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦତ୍ତମହାପାତ୍ର ସେବାୟତ । ଗତ ୧୯ ତାରିଖରେ ଦତ୍ତ ମହାପାତ୍ରଙ୍କୁ ଠାକୁରଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ଏହା କରିନଥିଲେ । ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଜବାବରେ ନିଯୋଗ ପକ୍ଷରୁ ଦାଖଲ ଉତ୍ତର ସନ୍ତୋଷଜନକ ନଥିଲା । ଏହା ପରେ ପୁଣିଥରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/24-14.jpg)