ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଅନୁମାନ: ଚଳିତବର୍ଷ ସ୍ୱାଭାବିକଠାରୁ ହୋଇପାରେ କମ ବର୍ଷା

Advertisment
କୁଆଡେ ଗଲା ମୌସୁମୀ ବର୍ଷା ? ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ

କନକ ବ୍ୟୁରୋ: ଚଳିତବର୍ଷ ସ୍ୱାଭାବିକଠାରୁ ହୋଇପାରେ କମ ବର୍ଷା । ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ସ୍କାଏମେଟର ପୂର୍ବାନୁମାନ ଅନୁଯାୟୀ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ୫୫ ପ୍ରତିଶତ ଅଂଚଳରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ୩୦ ପ୍ରତିଶତ ଅଂଚଳରେ ସ୍ୱାଭାବିକ ଓ ୧୫ ପ୍ରତିଶତ ଅଂଚଳରେ ଅନାବୃଷ୍ଟି ହେବ ।

publive-image

ପୂର୍ବ ଓ ଉତରପୂର୍ବ ଭାରତରେ ୯୨ ପ୍ରତିଶତ ଲଙ୍ଗ ପିରିୟଡ ଆଭରେଜ ଅର୍ଥାତ ମୌସୁମୀ ସମୟରେ ୧୪୩୮ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଉତରପଶ୍ଚିମ ଭାରତରେ ୯୬ ପ୍ରତିଶତ ବର୍ଷା ଅର୍ଥାତ ୬୧୫ ମିମି, କେନ୍ଦ୍ରୀୟ ଭାରତରେ ୯୧ ପ୍ରତିଶତ ଅର୍ଥାତ ୯୭୬ ମିମି ଓ ଦକ୍ଷିଣ ଉପଦ୍ୱୀପରେ ୯୫ପ୍ରତିଶତ ଅର୍ଥାତ ୭୧୬ ମିମି ବୃଷ୍ଟିପାତ ହେବାର ଆକଳନ କରାଯାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମେ’ ୨୨ରେ ମୌସୁମୀ ଆଣ୍ଡାମାନ ନିକୋବର ଛୁଇଁବ । ଜୁନ ୪ରେ କେରଳ ଛୁଇଁବ ।

publive-image

ଆହୁରି କୁହାଯାଇଛି ଯେ, ସ୍ବାଭାବିକ ଭାବେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ। ଏଥର ମୌସୁମୀ ସାରା ଦେଶରେ ସ୍ବାଭାବିକଠାରୁ କମ ରହିବ। ଚଳିତ ଋତୁରେ ଦେଶର ୪ଟି ଯାକ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ଭାରତ ଓ ଦକ୍ଷିଣ ପେନିନସୁଲା ଅପେକ୍ଷା ପୂର୍ବ ଓ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ କମ ବର୍ଷା ହେବ। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ-ଏନ୍ସିଆର ତୁଳନାରେ ଜମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭଲ ବର୍ଷା ହେବ। କେନ୍ଦ୍ରୀୟ ଭାରତ ଯଥା ବିଦର୍ଭ, ମଧ୍ୟପ୍ରଦେଶ, ଗୁଜୁରାଟରେ ୯୧ ପ୍ରତିଶତ ରହିବ। ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ରିସ୍କ ରହିଛି। ଓଡ଼ିଶାରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe