ବାଧକ ସାଜିଲା କରୋନା...ଆଜି ପାଳନ ହେବନି ରାଜଧାନୀ ପ୍ରତିଷ୍ଠା ଦିବସ

Advertisment
ବାଧକ ସାଜିଲା କରୋନା...ଆଜି ପାଳନ ହେବନି ରାଜଧାନୀ ପ୍ରତିଷ୍ଠା ଦିବସ

କନକ ବ୍ୟୁରୋ: କରୋନା ପାଇଁ ରାଜଧାନୀ ଭୁବନେଶ୍ବରର ୭୨ତମ ପ୍ରତିଷ୍ଠା ଦିବସ ପାଳନ ହେବନି। ପରେଡ୍ ହେବନି କି ରାଜଧାନୀ ଶ୍ରୀ ସମ୍ମାନ ପ୍ରଦାନ କରାଯିବନି। ସେହିପରି ଆୟୋଜନ ହେଉଥିବା ରାଜଧାନୀ ମହୋତ୍ସବ ବି ଆୟୋଜନ ହେବନି ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ପକ୍ଷରୁ କୁହାଯାଇଛି।

publive-image

କମିଟିର ସଭାପତି କହିଛନ୍ତି ଯେ କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ତେଣୁ ଆମେ ଏଥର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିବୁନି। ସେହିପରି ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଦିବସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲେ ହେଁ ଅନୁମତି ନମିଳିବାରୁ ପୁଷ୍ପମାଲ୍ୟ ବି ଅର୍ପଣ କରିବୁନି। ୧୯୪୮ମସିହା ଏପ୍ରିଲ ୧୩ତାରିଖରେ ପଣ୍ଡିତ ଜବାହାରଲାଲ ନେହରୁ ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀ ଘୋଷଣା କରିଥିଲେ। ଏହି ଶିଳାନ୍ୟାସ ଦିବସକୁ ସ୍ମରଣ ରଖିବା ଉଦ୍ଦେଶ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଗତ ୩୦ ବର୍ଷ ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛି। କିଛି ବର୍ଷ ହେଲା ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଏହା ପାଳନ ହୋଇଆସୁଛି। ହେଲେ ଏଥର କରୋନା କଟକଣା ଯୋଗୁଁ କିଛି କାର୍ଯ୍ୟକ୍ରମ ହେବନି।

publive-image

ଅପରପକ୍ଷେ ରାଜଧାନୀ ମହୋତ୍ସବ ଭବିଷ୍ୟତରେ କେବେ ଆୟୋଜନ ହୋଇପାରିବ, ସେନେଇ କମିଟି ପରବର୍ତ୍ତୀ ସମୟରେ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି କମିଟିର ଉପସଭାପତି ଜଣାଇଛନ୍ତି। ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଏହାର ପୂର୍ବଦିନ ରାଜଧାନୀର ବହୁ ସରକାରୀ କୋଠାକୁ ଆଲୋକମାଳାରେ ସଜା ଯାଇଥାଏ। ହେଲେ ଏଥର ତାହା ହୋଇନି। ପୂର୍ବରୁ ରାଜ୍ୟ ସରକାର ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ କରିଥିବା ବେଳେ ଏବେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବନି ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe