ରାଲି ହେବନି କି ଶୋଭାଯାତ୍ରା ହେବନି: ନିର୍ବାଚନ ପୂର୍ବରୁ ଏମିତି ପ୍ରଚାର କରିବେ ପ୍ରାର୍ଥୀ

448

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛ ବିଗୁଲ । ଆଉ ଘୋଷଣା ହୋଇ ସାରିଛି ତାରିଖ । ଏଥର ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ଆଉ ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବେ ପ୍ରାର୍ଥୀ । ରାଲି, ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି ଉପରେ କଟକଣା ଲଗାଯାଇଛି । ତେଣୁ ଏଥର ପ୍ରାର୍ଥୀମାନେ ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ସର୍ବାଧିକ ୫ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରି ପାରିବେ । ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ୍-୧୯ର ମାର୍ଗଦର୍ଶିକା ଖିଲାପ କରନ୍ତି ତାହାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧୦୬୦ ଅନୁଯାୟୀ ଦଣ୍ଡିତ ହେବେ । ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ଏବଂ ନେଗେଟିଭ୍ ଆରଟିପିସିଆର କିମ୍ବା ଅଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ ।