ଅଫିସରେ ‘ଭାଇ’ ଡାକିବା ମନା। ସବୁ ସରକାରୀ କର୍ମଚାରୀ ମର୍ଯ୍ୟାଦା ରକ୍ଷା କରିବାକୁ ପରାମର୍ଶ। ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

Advertisment
ଅଫିସରେ ‘ଭାଇ’ ଡାକିବା ମନା। ସବୁ ସରକାରୀ କର୍ମଚାରୀ ମର୍ଯ୍ୟାଦା ରକ୍ଷା କରିବାକୁ ପରାମର୍ଶ। ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ଯ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ । ଏଥିରେ କୁହାଯାଇଛି, ବରିଷ୍ଠ ଅଧିକାରୀ ଉପସ୍ଥିତିରେ ବି ଅନେକ କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକୁଛନ୍ତି । ଅଫିସ ଭିତରେ ଏଭଳି ଭାଇ ଉଚ୍ଚାରଣ ଠିକ ହେଉନାହିଁ । ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ।

publive-image

କିନ୍ତୁ ଅଫିସ ଭିତରେ ଏଭଳି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି, ୧୯୫୯ର ଉଲ୍ଲଙ୍ଘନ କରୁଛି । ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ କୁହାଯାଇିଛି । ୧୬ ତାରିଖରେ ନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe