କନକ ବ୍ୟୁରୋ: ଆସନ୍ତାକାଲି ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନରେ ଗଡିବନି କୌଣସି ଘରୋଇ ବସ୍ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ବସ୍ ଚାଲିପାରିବ ନାହିଁ ବୋଲି ସୂଚନା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କରୋନା ଜନିତ ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ନିଆଯାଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ତାଲାବନ୍ଦ ଆସନ୍ତା ମେ ୧୭ ତାରିଖ ଯାଏଁ ବୃଦ୍ଧି ହୋଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହେଉଛି । ଏପରି ସ୍ଥିତିରେ ଆସନ୍ତାକାଲି ଠାରୁ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଗଡିବା କଥା । ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ ରାଜ୍ୟ ବସ୍ ମାଲିକ ସଂଘ ଗ୍ରହଣ କରିବାକୁ ମନା କରିଛି । ଅନ୍ୟପଟେ ଆସନ୍ତାକାଲି ବୈଠକ ପରେ ହିଁ ଏନେଇ ସବିଶେଷ ନିଷ୍ପତି ନିଆଯିବ ବୋଲି ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।