ବ୍ରିଜ ନାହିଁ ତ ଭୋଟ ନାହିଁ : ପୋଷ୍ଟର ମାରିଲା ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ

Advertisment
ବ୍ରିଜ ନାହିଁ ତ ଭୋଟ ନାହିଁ : ପୋଷ୍ଟର ମାରିଲା ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ

କନକ ବ୍ୟୁରୋ : ଚିଲିକାରେ ବ୍ରିଜ ନାହିଁ ତ ଭୋଟ ନାହିଁ କହି ପୋଷ୍ଟର ମାରିଲା ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ସାତପଡ଼ା ଚିଲିକାରେ ବ୍ରିଜ ନିର୍ମାଣ ନହେଲେ ଆଗାମୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେଇଛିି ମଞ୍ଚ । ଏନେଇ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଛକ ଏବଂ ରାସ୍ତାଘାଟରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ।

୨୦୧୫ ମସିହାରେ ଚିଲିକାରେ ବ୍ରିଜ ନିର୍ମାଣ ପାଇଁ ଘୋଷଣା ହୋଇଥିଲା । ବର୍ତମାନ କେନ୍ଦ୍ର ପରିବେଶ ବିଭାଗ ସଠିକ ତଦନ୍ତ ନକରି ଚିଲିକାରେ ଚିଲିକାରେ ପକ୍ଷୀ ଅଭୟାରଣ୍ୟ କ୍ଷତିଗ୍ରସ୍ତ ହେବାର କାରଣ ଦର୍ଶାଇ ଚିଲିକାରେ ବ୍ରିଜ ନିର୍ମାଣ ବନ୍ଦ ରଖିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଚିଲିକାରେ ବ୍ରିଜ ନିର୍ମାଣ ପାଇର୍ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ଦାବି କରିଛି । ଯଦି ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ସାତପଡ଼ା ଚିଲିକାରେ ବ୍ରିଜ ନିର୍ମାଣ ନହୁଏ ତେବେ କୃଷ୍ଣ ପ୍ରସାଦ ବ୍ଳକକୁ କୌଣସି ନେତାଙ୍କୁ ପୁରାଇ ଦେବୁ ନାହୁଁ ବୋଲି କହିଛି ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe