କନକ ବ୍ୟୁରୋ: ବୋଟ ନାହିଁ ,ଚିଲିକାରେ ରୋଗୀ ବୋହିବ କିଏ ? ଚିଲିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋଟ୍ ସେବା ଠପ୍ ହୋଇପଡିଛି । ଦୀର୍ଘ ୧୦ ବର୍ଷ ହେବ ଚିଲିକାରେ ବୋଟ୍ ସେବା ଠପ ହୋଈଯାଇଛି । ସରକାର ଚିଲିକାରେ ରୋଗୀମାନଙ୍କ ସୁବିଧା ପାଇଁ ଚିଲିକାରେ ବୋଟ ସେବା ପ୍ରଚଳନ କରିଥିଲେ । ବର୍ତମାନ ବୋଟ ଅଚଳ ହେବା ଫଳରେ ରୋଗୀମାନଙ୍କୁ ନେବା ଆଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିସିନ୍, ଅକ୍ସିଜେନ ଚିଲିକା ଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ ସମୟରେ ପହଁଚି ପାରୁନାହିଁ । ଗତ ଫନିବାତ୍ୟାଠାରୁ ବୋଟଟି ଭାଙ୍ଗି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭଙ୍ଗା ଦଦରା ଭଳି ପଡିରହିଛି । ବୋଟ ପାଇଁ ବାରମ୍ବାର ଜିଲ୍ଲା ଅଧିକାରୀ ମାନଙ୍କୁ ଅବଗତ କରାଯାଇଛି କିନ୍ତୁ ମେଡିକାଲକୁ ଏପର୍ଯ୍ୟନ୍ତ ବୋଟ ଦିଆ୍ଯାଇନି । ଯାହାକୁ ନଇେ ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment