କନକ ବ୍ୟୁରୋ : ବ୍ଲାକବୋର୍ଡ ବଦଳରେ ଏଠି ମାଟି କାନ୍ଥରେ ହେଉଛି କୋମଳମତୀ ପିଲାଙ୍କୁ ଶିକ୍ଷାଦାନ ! ଦୀର୍ଘ ୧୦ବର୍ଷଧରି ଝାଟିମାଟିର ଘରେ ଚାଲିଛି କୋମଳମତି ଶିଶୁଙ୍କ ଭାଗ୍ୟ ଭବିଷ୍ୟତ । ଏପଟେ ପାଠପଢିବାକୁ ଯାଇ ଅଙ୍ଗନବାଡିକେନ୍ଦ୍ରରେ ଛୋଟ ପିଲାର ଭାଙ୍ଗିଲା ଗୋଡ଼ କଣାସ ଥାନାରେ ଅଙ୍ଗନବାଡ଼ି ଦିଦିଙ୍କ ନାମରେ ଏତଲା ଦେଲେ ଅଭିଭାବକ !

ସେପଟେ ନା ଅଛି ଶୌଚାଳୟ ନା ବ୍ଲାକବୋର୍ଡ। ବ୍ଲାକବୋର୍ଡ ବଦଳରେ ପିଲେ ଏଠି ଚକରେ ମାଟି କାଥଂରେ ଲେଖୁଛନ୍ତି। ଘରର ଚାରିପାଖରେ ଅଳିଆ ଆବର୍ଜନାରେ ଭରପୁର। ଅନେକ ସମୟରେ ସାପର ଭୟ ମଧ୍ୟ ରହିଛି। ଏହିଭଳି ଅନେକ ସମସ୍ୟା ଥିବାରୁ ବାଦଲପୁରୁ ଗ୍ରାମର ହେମନ୍ତ କୁମାର ବେହେରାଙ୍କ ୩ ବର୍ଷ ୬ ମାସର ପୁଅ ତନ୍ମୟ ବେହେରା ଉକ୍ତ ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ବେଳେ ପଥରରେ ଗୋଡ଼ ଖସି ତାଙ୍କର ଡାହାଣ ପଟ ଗୋଡ଼ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି।

ଏହି ଦୁର୍ଘଟଣା ସମୟରେ ଅଙ୍ଗନବାଡିକର୍ମୀ ଅନୁପସ୍ଥିତି ଥିବା ପିଲାର ଅବିଭାବକ ଅଭିଯୋଗ ଆଣିଥିବାବେଳେ। ନିଜେ କର୍ମୀ କ୍ୟାମେରା ସମ୍ନାରେ ସତମାନିଛନ୍ତି। ଆଉକହିଛନ୍ତି ଏକେବଳ ସରକାର ଏବଂ ଆମର ସ୍ଥାନୀୟ ପ୍ରସାସନ ହିଁ ଏଥିପାଇଁ ଦାୟୀ ବୋଲି କହିଛନ୍ତି ଉ ଅଙ୍ଗନବାଡିକେନ୍ଦ୍ରର କର୍ମୀ। ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଗ୍ରାମର ଅଙ୍ଗନବାଡି ଘରଖଣ୍ଡେ ପାଇଁ ଅଭିଯୋଗ ଦେଇଛନ୍ତି ବୋଲି କହିଥିବା ବେଳେ ଆଜିଯାଏଁ ଭଲ ଅଙ୍ଗନବାଡିକେନ୍ଦ୍ରଟିଏ ହୋଇପାରିଲାନାହିଁ।