ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି ।

241

କନକ ବ୍ୟୁରୋ : କରୋନା କାୟା ମେଲାଉଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି । ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି ।

– କର୍ମଚାରୀ ମାନଙ୍କୁ ବାୟୋମେଟ୍ରିକ ଉପସ୍ଥାନ ମେସିନର ବ୍ୟବହାର ନକରି ଉପସ୍ଥାନ ରେଜିଷ୍ଟରରେ ତାଙ୍କର ଉପସ୍ଥାନ ଦେବାକୁ କୁହାଯାଇଛି ।
– କାର୍ଯ୍ୟାଳୟକୁ ପରିଷ୍କାର ଓ ସ୍ୱଚ୍ଛ ପାଇଁ ଟେବୁଲ , କମ୍ପ୍ୟୁଟର, ଫୋନ ଓ ଅନ୍ୟ ବ୍ୟବହୃତ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ ।
– କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣ୍ଡୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ
– କାର୍ଯ୍ୟାଳୟସ୍ଥଳୀରେ କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ କରିବାକୁ କର୍ମଚାରୀମାନେ ଟିସୁ ବ୍ୟବହାର କରିବେ
– କାର୍ଯ୍ୟାଳୟସ୍ଥଳୀରେ କର୍ମଚାରୀମାନେ ଏକାଠି ହୋଇ ସଭା ସମିତି କରିବେ ନାହିଁ
– ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବା କର୍ମଚାରୀମାନେ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ
– କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବାକୁ କୁହାଯାଇଛି ।