ମିଳୁନି ସୁବିଧା, ଦେବୁନି ଭୋଟ୍ । ମୌଲିକ ସୁବିଧା ସୁଯୋଗ ପାଉନଥିବା ଅଭିଯୋଗରେ ଗାଁଲୋକଙ୍କ ଭୋଟ୍ ବର୍ଜନ ନିଷ୍ପତି

106

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଆଗକୁ ନିର୍ବାଚନ ଥିବା ବେଳେ କନ୍ଧମାଳ ବାଲିଗୁଡ଼ା ବ୍ଲକ ଗଗଲିମାହା ଗାଁର ୬୦ ପରିବାର ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତିି । ଏହି ଗାଁରେ ରହିଛି ଅନେକ ସମସ୍ୟା । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ ।

ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ । ଖରାଦିନେ ପାଣି ମୁନ୍ଦେ ପାଇଁ କରିବାକୁ ପଡୁଛି ଅନେକ ସଂଘର୍ଷ । ୩ଟି ନଳକୂପ ଅଚଳ ହୋଇ ପଡ଼ିଛି । ୧ କିଲୋମିଟର ଚାଲିକି ଗଲେ ଚୂଆରୁ ପାଣି ମିଳୁଛି । ସ୍କୁଲ ଓ ଅଙ୍ଗନବାଡ଼ି ଗାଁଠୁ ବହୁ ଦୂରରେ ଥିବାରୁ ପାଠ ପଢ଼ିବାରେ ପିଲାଙ୍କୁ ସମସ୍ୟା ହେଉଛି । ଏନେଇ ଗ୍ରାମବାସୀମାନେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷଳ ବିଡିଓ ଏବଂ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । କେବଳ ପ୍ରତିଶ୍ରୁତି ପାଇଁ ପ୍ରତାରିତ ହୋଇଥିବା କହିଛନ୍ତି ଗ୍ରାମବାସୀ । ଚଳିତ ନିର୍ବାଚନ ପୂର୍ବରୁ ଏହି ସବୁ ସମସ୍ୟା ଦୂର ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁର ୬୦ ପରିବାର ।