ଆଜି କଂଗ୍ରେସର ଓଡିଶା ବନ୍ଦ । ରାସ୍ତାରୋକ, ଜବରଦସ୍ତ ଦୋକାନ ବଜାର ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ

Advertisment
ଆଜି କଂଗ୍ରେସର ଓଡିଶା ବନ୍ଦ । ରାସ୍ତାରୋକ, ଜବରଦସ୍ତ ଦୋକାନ ବଜାର ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଆଜି ରାଜ୍ୟ କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳିତ ହେବ । ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ସହିତ ଜରୁରୀକାଳୀନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଯିବାର ସୁଯୋଗ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କାହାପାଇଁ ଅସୁବିଧା ସୃଷ୍ଟି କରିବେ ନାହିଁ। କାହାକୁ ଦୋକାନ ବନ୍ଦ ପାଇଁ ତଥା ପ୍ରତିବାଦରେ ଯୋଗ ଦେବା ଲାଗି ବାଧ୍ୟ କରିବେ ନାହିଁ । ବସ୍, ଟ୍ରେନ୍ ଚଳାଚଳ ସହିତ ଓ ‌ଅନ୍ୟ କୌଣସି ସାଧାରଣ ପରିବହନ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଯଦି କେହି ‌ଦୋକାନ ବା ବ୍ୟାବସାୟିକ ପ୍ରତିଷ୍ଠାନ ତଥା ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରନ୍ତି ବା ବନ୍ଦ୍‌ରେ ସାମିଲ ହେବାକୁ ବଳ ପ୍ରୟୋଗ କରନ୍ତି ବା ସ୍ବାଭାବିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି ତେବେ ଆଇନ ଅନୁସାରେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଶ୍ରୀ ବିଶ୍ବାଳ କହିଥିଲେ ।

ଭର୍ଚୁଆଲ ମୋଡ୍‌ରେ ଶୁଣାଣି ସମୟରେ ପୁଲିସ ଡିଜି ଓ ପୁଲିସ କମିସନର ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସବୁ ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଯେଭଳି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବନାହିଁ, ଜନସାଧାରଣଙ୍କ ପାଇଁ ଅସୁବିଧା ନ ହେବ, ବ୍ୟବସାୟ ଓ ସ୍ବାଭାବିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ନ ହେବ ତାହା ସୁନିଶ୍ଚିତ କରିବାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ । ଯଦି ଏହି ପ୍ରସଂଗରେ ବାଧା ସୃଷ୍ଟି କରିବାକୁ କେହି ଉଦ୍ୟମ କରନ୍ତି ତେବେ ତାହାକୁ ପ୍ରତିରୋଧ କରିବାକୁ ଆଇନଗତ ପଦକ୍ଷେପ ନିଆଯିବ ବେଲି ପୁଲିସ ଡିଜି ଓ କମିସନର ଦର୍ଶାଇଥିଲେ । ପ୍ରଦେଶ କଂଗ୍ରେସ କମିଟି ଓ ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଚାରକୁ ନେଇ ହାଇକୋର୍ଟ ବନ୍ଦ ପ୍ରସଂଗରେ ଉପରୋକ୍ତ ରାୟ ପ୍ରଦାନ କରିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe