ନିର୍ବାଚନର ବଣ୍ଡ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ । କହିଲେ ୨୦୧୮ ରୁ ଏହି ଯୋଜନା ଲାଗୁ ହୋଇଛି ଓ ଏବେ ବି ଜାରି ରହିଛି

68

କନକ ବ୍ୟୁରୋ :  ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଏହି ୪ ଟି ରାଜ୍ୟରେ ଇଲେକ୍ଟ୍ରୋରାଲ ବଣ୍ଡ ବିକ୍ରି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଶୁକ୍ରବାର ଦିନ ଖାରାଜ କରିଛନ୍ତି । ଏପ୍ରିଲ ୧ ତାରିଖରୁ ୧୦ ତାରିଖ ଯାଏ ଜାରି ହେବାକୁ ଥିବା ବଣ୍ଡ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନାକରିଦେଇଛନ୍ତି ।

କହିରଖୁ କି ଏହି ଇଲେକ୍ଟ୍ରୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଧକ ରଖିô ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇଥାନ୍ତି । ଏଡିଆର ନାମକ ଏକ ସଂସ୍ଥା ନିର୍ବାଚନ ହେଉଥିବା ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବଣ୍ଡ ବିକ୍ରି ଉପରେ ସାମୟିକ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ କହିଛନ୍ତି କି ଏହି ଯୋଜନା ୨୦୧୮ ରୁ ଲାଗୁ ହୋଇଛି । ଏହା ଏବେ ବି ବଳବତ୍ତର ରହିଥିବାରୁ ଏହା ଉପରେ ରୋକ୍ ଲଗାଯାଇ ପାରିବ ନାହିଁ ।

ଅନ୍ୟପଟେ କୋର୍ଟଙ୍କର ଏହି ରାୟ ଉପରେ ଯୁକ୍ତି ରଖି ବରିଷ୍ଠ ଅଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି କି ନିର୍ବାଚନୀ ବଣ୍ଡ ଜରିଆରେ ବ୍ୟବସାୟୀ ମାନେ ଶାସକଦଳକୁ ଟଙ୍କା ଦେଇ ନିର୍ବାଚନ ପରେ ସ୍ୱାର୍ଥ ହାସଲ କରିଥା’ନ୍ତି । ବ୍ୟବସାୟୀ ଓ ରାଜନୈତିକଦଳ ମାନଙ୍କ ମଧ୍ୟରେ ଲାଂଚ କାରବାରର ନିର୍ବାଚନୀ ବଣ୍ଡ ଏବେ ଏକ ମାଧ୍ୟମ ସାଜିଛି ବୋଲି ଶ୍ରୀ ଭୂଷଣ କହିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।