ଅବିଶ୍ୱାସୀ ମଣିଷ, ଅଭିଶପ୍ତ ଗାଁ : ଯେଉଁଠି ମାଁ ଡରେ ମାତୃତ୍ୱ ଲାଭ କରିବାକୁ

Advertisment
ଅବିଶ୍ୱାସୀ ମଣିଷ, ଅଭିଶପ୍ତ ଗାଁ : ଯେଉଁଠି ମାଁ ଡରେ ମାତୃତ୍ୱ ଲାଭ କରିବାକୁ

source- www.dainikjagran.com

କଥାରେ ଅଛି ନାରୀର ଜୀବନ ସେତେବେଳେ ପରିପୂର୍ଣ୍ଣ ହୁଏ, ଯେତେବେଳେ ସେ ମାତୃତ୍ୱ ଲାଭ କରିଥାଏ । କିନ୍ତୁ ଏବେ ଏମିତି ଏକ ଘଟଣା ନଜରକୁ ଆସିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହଁ । ଭୋପାଳରୁ ୭୦ କିଲୋମିଟର ଦୂର ରାଜଗଡର ସାଙ୍କାଜାଗୀର ଗାଁରେ ୫୦ ବର୍ଷ ହେଲା କୈାଣସିବି ନବଜାତକର ଜନ୍ମ ହୋଇନାହିଁ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ ।

ଦରଅସଲ ଗାଁର ସୀମା ବାହାରେ ଏକ ସ୍ୱତନ୍ତ୍ର କୋଠରୀ ରହିଛି, ଯେଉଁଠି ଗର୍ଭବତୀ ମହିଳା ମାନେ ନିଜ ସନ୍ତାନ ପ୍ରସବ କରିଥାନ୍ତି । ବିଶ୍ୱାସ ଅଛି ଯେ ଗାଁର ସୀମା ଭିତରେ ଯଦି କୈାଣସି ବି ମହିଳା ନିଜ ସନ୍ତାନ ପ୍ରସବ କରିଥାନ୍ତି, ତ ସେ ମରିଯାଇଥାଏ, କିମ୍ବା ବିକଳାଙ୍ଗ ହୋଇଯାଏ ।

ଲୋକପରମ୍ପରା ରହିଛି ଯେ ଏହି ଯାଗାରେ ଶ୍ୟାମାଜୀଙ୍କର ମନ୍ଦିର ଥିଲା ଏବଂ ତାର ପବିତ୍ରତାକୁ ବଜାୟ ରଖିବା ପାଇଁ ଗାଁର ବୟସ୍କପ୍ରାପ୍ତ ଲୋକମାନେ ଗାଁର ମହିଳା ମାନଙ୍କୁ ଗାଁ ବାହାରେ ପ୍ରସବ କରିବାର ଆଦେଶ ଦେଇଥିଲେ। ସେହି ଗାଁର ୫୦ ବର୍ଷୀୟ ଜଣେ ସଂରପଚଙ୍କ କହିବା ହେଲା ବିଗତ କିଛି ବର୍ଷ ହେଲା କୈାଣସି ବି ଶିଶୁର ଜନ୍ମ ହେବା ନାଁ ସେ ଦେଖିଛନ୍ତି ନଁ। ଶୁଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe