କନକ ବ୍ୟୁରୋ : ଯଦି ପ୍ରଥମ ପତ୍ନୀ ଜୀବିତ ଥିବେ ତେବେ ଆସାମର ସରକାରଙ୍କ ଅଧିନସ୍ଥ କୌଣସି କର୍ମଚାରୀ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ୨ୟ ବିବାହ କରିପାରିବେ ନାହିଁ । ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଆସାମ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ୨ୟ ବିବାହ ପାଇଁ ଧାର୍ମିକ ପ୍ରତିବନ୍ଧକ ନଥିଲେ ମଧ୍ୟ ସରକାରୀ ଚାକିରିଆଙ୍କୁ ସରକାରଙ୍କଠୁ ଅନୁମତି ନେବାକୁ ପଡିବ । ଏଭଳି ନିଷ୍ପତି ପଛର ପେନସନ ଏକ କାରଣ ବୋଲି କହିଛନ୍ତି ସରକାର । ସ୍ୱାମୀ ଯଦି ଦୁଇଟି ବିବାହ କରୁଛନ୍ତି ତେବେ ତାଙ୍କ ମୃତ୍ୟୁ ପରେ ପେନସନକୁ ନେଇ ଉଭୟ ପତ୍ନୀଙ୍କ ମଧରେ ଗଣ୍ଡଗୋଳଠୁ ନେଇ ଆଇନଗତ ଲଢେଇ ହେଉଛି । ସମାନ ନିୟମ ଉଭୟ ପୁୁରୁଷ ଓ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ । କିଛି ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ବହୁ ବିବାହ ପ୍ରଥା ଉଠାଇବା ଉପରେ ଗୁରୁତ୍ୱ ଦେଇ ଆସୁଥିଲେ । ଏପରିକୀ ବିଧାନସଭାରେ ଏକ ବିଲ ଆଣିବା ପାଇଁ ବିଚାର କରୁଛନ୍ତି ।