ବିଭିନ୍ନ କାରଣରୁ ସବୁବେଳେ ଚର୍ଚାରେ ଥାଆନ୍ତି ବଲିଉଡର ତିନି ତାରକା ଶାହାରୁଖ ଖାନ୍, ଅକ୍ଷୟ କୁମାର ଓ ସଲମାନ ଖାନ । କେବଳ ଫିଲ୍ମକୁ ନେଇ ତ ଆଉ କେତେବେଳେ ନିଜର ଗେଟଅପ ଓ ବୟାନକୁ ନେଇ । ଏବେ ପୁଣି ତିନି ତାରକା ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦିତା । ଚଳିତ ବର୍ଷ ରିଲିଜ ହୋଇଥିବା ବଲିଉଡର ବିଗବସ୍ ସଲମାନ୍ ଖାନଙ୍କ ଅଭିନୀତ ତଥା ହିନ୍ଦୀ ସିନେମା ‘ଟ୍ୟୁବ ଲାଇଟ୍’ ସୁପରଫ୍ଲପ୍ ହୋଇଥିବା ସତ୍ୱେ ବି ତାଙ୍କର ଲୋକପ୍ରିୟତା ଆଦୌ ହ୍ରାସ ପାଇନାହିଁ। ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ହିନ୍ଦୁସ୍ତାନ୍ ଟାଇମସ୍ ପକ୍ଷରୁ କରାଯାଇଥିବା ସର୍ଭେରେ ନମ୍ବର ଓ୍ଵାନ୍ ବଲିଉଡ ଅଭିନେତା ଭାବେ ସଲମାନ୍ ଖାନ୍ ବିବେଚନା କରାଯାଇଛି । ଏଥିରେ ତାଙ୍କୁ ସର୍ବାଧିକ ୧୮.୩ ପ୍ରତିଶତ ଭୋଟ୍ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସର୍ଭେରେ ସେ ଗତ ବର୍ଷ ମାତ୍ର ୧୩ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ସଲମାନ ।
ସେପଟେ ବଲିଉଡର ବାଦଶାହା ଶାହରୁଖ୍ ଖାନଙ୍କ ଏଥର ଦ୍ୱିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡିଛି । ତାଙ୍କୁ ଏଥର ୧୫.୩ ପ୍ରତିଶତ ସମର୍ଥନ ମିଳିଥିବା ଜଣାଯାଇଛି। ଗତ ବର୍ଷ ସେ ଏକ ନମ୍ବର ଥିଲେ।ଅପର ପକ୍ଷରେ ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାର ଏହି ସର୍ଭେରେ ୧୩.୨ ପ୍ରତିଶତ ସମର୍ଥନ ହାସଲ କରି ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ତାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଅଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଏହି ସର୍ଭେରେ ପ୍ରଥମ ଟପ୍ ତିନିଜଣଙ୍କ ତାଲିକାରେ କେବଳ ୫୦ ବର୍ଷ ବୟସରୁ ଅଧିକ ଅଭିନେତା ହିଁ ସ୍ଥାନ ପାଇଛନ୍ତି ।ଏହାକୁ ନେଇ ତିନି ଅଭିନେତାଙ୍କ ଫ୍ୟାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଗତଥର ତୃତୀୟ ସ୍ଥାନରେ ଥିବା ସଲମାନଙ୍କୁ ଏଥର ପ୍ରଥମ ସ୍ଥାନରେ ଦେଖି ତାଙ୍କ ଫ୍ୟାନଙ୍କ ଖୁସି କହିଲେ ନସରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/salman-khan_660_042313053619_020614072820.jpg)