ଡ୍ରିମସ ମେଡିକାଲ କଲେଜକୁ ଏନଏମସିର ଅନୁମତି, ୨୦୨୩-୨୪ ଶିକ୍ଷାବର୍ଷରେ ୧୦୦ଟି ସିଟରେ ହେବ ନାମଲେଖା

196

କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ଏମବିବିଏସ୍ କୋର୍ସ ୧୦୦ ସିଟରେ ନାମ ଲେଖାଇବା ପାଇଁ କଟକ (ଟାଙ୍ଗୀ) ଠାରେ ନୂତନ ଭାବେ ସ୍ଥାପନ ହୋଇଥିବା ‘ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ’କୁ ଅନୁମତି ମିଳିଛି । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ର ମେଡିକାଲ ଆସେସମେଣ୍ଟ ଓ ରେଟିଙ୍ଗ ବୋର୍ଡ (ଏମଆରବି)ର ଏକ ସ୍ୱତନ୍ତ୍ର ଟିମ୍ ଡ୍ରିମସ୍ ପରିଦର୍ଶନରେ ଆସି ହସ୍ପିଟାଲ ଓ ମେଡିକାଲ କଲେଜର ଭିତ୍ତିଭୂମି ଯାଂଚ ଓ ସ୍ଥିତି ଆକଳନ କରି ରିପୋର୍ଟ ଦେବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି । ଏବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରାଯିବ ।

ଏନଏମସିର ଏହି ଅନୁମୋଦନ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ, ମେଡିକାଲ ଶିକ୍ଷା ନିର୍ଦ୍ଦେଶକ, ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୁଖଙ୍କୁ ଅବଗତ କରାଯାଇଛି ।

ସୂଚନା ଯୋଗ୍ୟ ଯେ ଏସସିବି ପରେ ଡ୍ରିମସ ହେବ କଟକ ଜିଲ୍ଲାର ଦ୍ୱିତୀୟ ମେଡିକାଲ କଲେଜ । ଏଥିପାଇଁ ଏନଏମସି କର୍ତ୍ତୁପକ୍ଷ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଡ୍ରିମସ ପରିଚାଳନା ପରିଷଦ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।