ଆବର୍ଜନାରୁ ସୃଜନ : ୨୨ ବର୍ଷୀୟ ଯୁବକଙ୍କ ଚମତ୍କାରିତା , ଇ-ଆବର୍ଜନାରୁ ଡ୍ରୋନ୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଁଟିଲେ କର୍ଣ୍ଣାଟକର ଯୁବକ ।

251

ବୁଦ୍ଧି ଥିଲେ ସବୁକାମ ସଫଳ ହୋଇଥାଏ । କିଛି ନୂତନ କରିବାର ପ୍ରୟାସ ହିଁ ମନୁଷ୍ୟକୁ ସଫଳତାର ପାହାଚରେ ପହଞ୍ଚାଇଥାଏ । ଏହିପରି ୨୨ ବର୍ଷୀୟ ଜଣେ ବାଳକ ଭାରତର ନାଁ ସାରା ବିଶ୍ୱରେ ଚମକାଇଛନ୍ତି । କର୍ଣ୍ଣାଟକର ଏନଏମ ପ୍ରତାପ ଇ-ଅଳିଆ ସାହାର୍ଯ୍ୟରେ ଡ୍ରୋନ ପ୍ରସ୍ତୁତ କରିଛନ୍ତି । ଏହି ଡ୍ରୋନ ଦେଖି ଦୁନିଆ ତାଙ୍କର ପ୍ରଶଂସା କରିବାରେ ଲାଗିଛି ।

୧୪ ବର୍ଷ ବୟସରେ ସେ ପ୍ରଥମେ ଡ୍ରୋନ ଦେଖିଥିବା କଥା କହିଛନ୍ତି । ସେହି ସମୟରୁ ସେ ଡ୍ରୋନ୍ ସହ ଖେଳିବା ଓ ମରାମତି କରିବା ଆରମ୍ଭ କରିଦେଇଥିଲେ । ୧୬ ବର୍ଷ ବୟସରେ ସେ ପ୍ରଥମେ ଉଡୁଥିବା ଡ୍ରୋନ ତିଆରି କରିଥିଲେ ।

କୃଷକ ପରିବାରରେ ଜନ୍ମିତ ପ୍ରତାପ ନୂଆ ଆବଶ୍ୟକିୟ ସାମଗ୍ରୀ କିଣିବାର ସକ୍ଷମ ନଥିବା କାରଣରୁ ପୁରୁଣା ଇ-ଆବର୍ଜନାରୁ ଡ୍ରୋନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ । ୨୦୧୮ ମସିହାରେ ଜର୍ମାନୀରେ ଅନ୍ତଜାର୍ତୀୟ ଡ୍ରୋନ ଏକ୍ସପୋ ହୋଇଥିଲା । ସେଥିରେ ପ୍ରତାପ ଆର୍ଲବଟ ଆଇନଷ୍ଟାଇନ ଗୋଲ୍ଡ ମେଡାଲ ବିଜେତା ହୋଇଥିଲେ । ପ୍ରତାପ ଆଇଆଇଟି ବମ୍ବେ ଓ ଆଇଆଇଏମ୍ସ ରେ ଛାତ୍ରଛାତ୍ରୀଙ୍କ ପାଠ ପଢାଇ ସାରିଛନ୍ତି । ତାଙ୍କର ଡ୍ରୋନ କର୍ଣ୍ଣାଟକ ବନ୍ୟା ସମୟରେ ଅନେକ ସହଯୋଗ କରିଥିଲା । ସେ ପୁରୁଣା ଭଙ୍ଗା ଡ୍ରୋନ, ମୋଟର, କାପାସିଟର ସହଯୋଗରେ ଡ୍ରୋନ ତିଆରି କରିପାରନ୍ତି । ସୂଚନା ମୁତାବକ, ପ୍ରତାପ ୬୦୦ରୁ ଉଦ୍ଧ୍ୱର୍ ଡ୍ରୋନ ପ୍ରସ୍ତୁତ କରି ସାରିଛନ୍ତି ଓ ସେ ନିଜେ ନିଜେ ଏହାର ପ୍ରସ୍ତୁତି କରୁଛନ୍ତି ।