କନକ ବ୍ୟୁରୋ: ନିଆରା ମଣିଷଙ୍କ ନିଆରା ପରମ୍ପରା । ପ୍ରକୃତି ଚଳଣିରେ ବନ୍ଧା ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମାଜ । ସେ ମେରିଆ ପର୍ବ ହେଉ ବା ନିୟମ ରାଜାର ପୂଜା । ସୁବୁଠି ବାରି ହୋଇପଡେ ପ୍ରକୃତି ଉପାସକଙ୍କର ନିଆରା ପୂଜାର ଝଲକ ।
କଥାରେ ଅଛି, ଯେଉଁ ଜନଜାତି ଯେତେ ପୁରୁଣା ତାର କଳା ସଂସ୍କୃତି ସେତେ ମହାନ । ହେଲେ ସମୟ ବଦଳିିବା ସହ ବଦଳିବାରେ ଲାଗିଛି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଯାନି ଜାତରା । ଲୁପ୍ତ ପ୍ରାୟ ସେମାନଙ୍କ ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ, କଳା , ସଂସ୍କୃତି ସାଙ୍ଗକୁ ନାଚ ଗୀତ । ହେଲେ ପରିବର୍ତ୍ତନଶୀଳ ଦୁନିଆ ଭିତରେ ଆଜି ବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଡ଼ଙ୍ଗରିଆ ଆଦିମ ଜନଜାତି । ଭଲ ଫସଲ ପାଇଁ ହେଉ ବା ସୁସ୍ଥ ରହିବା ପାଇଁ ନିୟମରାଜାଙ୍କ ପାଖରେ ଶରଣ ପଶନ୍ତି ନୟମଗିରିର ଡଙ୍ଗରିଆ ।
ଡ଼ଙ୍ଗରିଆ ଜନଜାତି ରାୟଗଡ଼ା, କଳାହାଣ୍ଡି ସୀମାକୁ ଲାଗିଥିବା ପୂର୍ବଘାଟ ପର୍ବତମାଳାରେ ରୁହନ୍ତି । ନିୟମରାଜାର ସ୍ମୃତିକୁ ମନେପକାଇ ପ୍ରତିବର୍ଷ ନିୟମଗିରିରେ ପୂଜାର୍ଚ୍ଚନା କରିଥାନ୍ତି । ନିୟମଗିରିର ସୁରକ୍ଷା ସାଙ୍ଗକୁ ଜଳ, ଜମି, ଜଙ୍ଗଲ ସୁରକ୍ଷା ପାଇଁ ଡ଼ଙ୍ଗରିଆମାନେ ଶପଥ ନେଇଥାନ୍ତି । ଗାଁ ମୁଣ୍ଡରେ ନିୟମରାଜାଙ୍କ ଆସ୍ଥାନ ନିକଟରେ ଅସ୍ଥାୟୀ ମଣ୍ଡପ କରି ୨ ଦିନ ଧରି ପୂଜା ଅର୍ଚ୍ଚନା କରିବା ସହ ପାରମ୍ପରିକ ବାଜା ବଜାଇ ନାଚଗୀତ କରନ୍ତି ଡଙ୍ଗରିଆ ଯୁବକ ଯୁବତୀ । ଆଉ ପ୍ରଶାସନର କଟକଣା ସତ୍ତେ୍ୱ ପୂଜାର ଶେଷ ଦିନରେ ପୋଢ ବଳି ଦିଆଯାଏ । ଚଳିତ ବର୍ଷ ନିୟମରାଜା ପୂଜା ଦେଖିବାକୁ ନିୟମଗିରି ପାହାଡ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ଆଦିବାସୀ ସଂଗଠନ ଏକାଠି ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-04-19h01m18s010.png)