ବିହାର ରାଜନୀତିରେ ଅନ୍ତ ହେବ କି ନିତୀଶ ଯୁଗ । ନିର୍ବାଚନର ଶେଷଦିନ ପ୍ରଚାରରେ ନିତୀଶ କହିଲେ ଏମିତି କଥା । ପ୍ରଶଂସକ ଓ ସମର୍ଥକ ହତାଶ

Advertisment
ବିହାର ରାଜନୀତିରେ ଅନ୍ତ ହେବ କି ନିତୀଶ ଯୁଗ । ନିର୍ବାଚନର ଶେଷଦିନ ପ୍ରଚାରରେ ନିତୀଶ କହିଲେ ଏମିତି କଥା । ପ୍ରଶଂସକ ଓ ସମର୍ଥକ ହତାଶ

କନକ : ବିହାର ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ନିତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଧମଦାହାରେ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପାଇଁ ଜନସଭାକୁ ସମ୍ବୋଦ୍ଧିତ କରିବା ବେଳେ ଲୋକଙ୍କ ଭାବନା ଉପରେ ଏକ ଷ୍ଟ୍ରୋକ୍ ଖେଳିବାକୁ ଏଭଳି କଥା କହିଛନ୍ତି କି ଯାହା ଲୋକମାନଙ୍କୁ ଜେଡିୟୁ ବ୍ୟତିତ ଅନ୍ୟ କାହାକୁ ଭୋଟ ଦେବା ବେଳେ ଥରେ ଭାବିବାକୁ ପଡିବ । ସେ କହିଛନ୍ତି କି ଏହା ମୋର ଶେଷ ନିର୍ବାଚନ । ଏହା ପରେ ସେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ମୋ ଜୀବନର ଶେଷ ନିର୍ବାଚନ ଭଲ ହେବା ଦରକାର । କାରଣ ଶେଷ ନିର୍ବାଚନ ଭଲ ହେଲେ ବାକି ଜୀବନ ମୁଁ ଶାନ୍ତିରେ ବଂଚି ପାରିବି ।

ବିନା ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିବା ନିତୀଶ କୁମାରଙ୍କ ଏଭଳି ବୟାନ ତାଙ୍କ ପ୍ରଶଂସକ ମାନଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ଏହା ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଶିତ କରିବା ପାଇଁ ନିତୀଶ କୁମାର ଏଭଳି କହିଛନ୍ତି ବୋଲି ବିରୋଧୀ ମାନେ ଅଭିଯୋଗ କରିଛନ୍ତି ।  ବିହାର ନିର୍ବାଚନ ପାଇଁ ୨ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି । ଆସନ୍ତା ୭ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ହେଲେ ସରିଥିବା ୨ ଟି ପର୍ଯ୍ୟାୟ ମତଦାନରେ ମହାଗଠବନ୍ଧନ ଏନଡିଏକୁ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଏଥିରେ ବିଚଳିତ ହୋଇ ନିତୀଶ ଏଭଳି କହୁଥିବା କଥା ବିରୋଧୀ ଅଭିଯୋଗ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe