ଅନିଶ୍ଚିତା ଭିତରେ ନୀତୀଶ କୁମାରଙ୍କ ପାଟନା ଥିଓରି । ବିରୋଧୀଦଳ ବୈଠକ ହଠାତ ସ୍ଥଗିତ ପରେ ରାଜନୈତିକ ମହଲରେ ହଲଚଲ

290

କନକ ବ୍ୟୁରୋ : ଦିନ ସ୍ଥିର ହୋଇଥିଲା, ସ୍ଥାନ ବି ଘୋଷଣା ହୋଇଥିଲା । ବସିଥାନ୍ତା ବିରୋଧୀ ଦଳ ବୈଠକ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜଧାନୀ ପାଟନାରେ ବୈଠକ ପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ କରିଥିଲେ । ଶେଷ ସମୟରେ ସବୁ କିଛି ଓଲଟପାଲଟ ହୋଇଛି । ଜୁନ ୧୨ରେ ବସିିବାକୁ ଥିବା ବୈଠକକୁ ହଠାତ ସ୍ଥଗିତ ରଖାଯାଇଛି । ବୈଠକ ଅଟକିବା ପରେ ରାଜନୈତିକ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । କୁହାଯାଉଛି ବିରୋଧୀଙ୍କ ପଟନା ଥିଓରୀ ଏବେ ଅନିଶ୍ଚିତତା ଭିତରେ ରହିଛି ।

ଏବେ ପ୍ରଶ୍ନ ଉଠୁଛି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଚାରିପଟୁ ଘେରିବା ପାଇଁ ନୀତୀଶ ଯେଉଁ ରଣନୀତି କରିଥିଲେ ତାହା ସଫଳ ହେବ କି?
-କଂଗ୍ରେସର ଆଭିମୁଖ୍ୟ ନୀତୀଶଙ୍କ ଯୋଜନା ପାଇଁ ବାଧକ ସାଜିବ କି?
-କର୍ଣ୍ଣାଟକ ନିର୍ବାଚନ ବିଜୟ ପରେ କଂଗ୍ରେସ ମନ ପରିବର୍ତ୍ତନ କରିଛି ?
-ନୀତୀଶଙ୍କ ନେତୃତ୍ୱକୁ କଂଗ୍ରେସ କାହିଁକି ପସନ୍ଦ କରୁନି?
-କ’ଣ ପ୍ରମୁଖ ବିରୋଧୀ ଦଳ ସ୍ଥାନରୁ ହଟିବାକୁ ଚାହୁଁନି କଂଗ୍ରେସ?

ଚର୍ଚ୍ଚା ହେଉଛି ନୀତୀଶ ବିରୋଧୀ ଦଳଗୁଡିକର ନେତା ସାଜି ୨୦୨୪ ନିର୍ବାଚନରେ ବିଜେପିକୁ ଟାର୍ଗେଟ କରୁ ବୋଲି କଂଗ୍ରେସ ହଜମ କରିପାରୁନି । ବିରୋଧୀ ଦଳମାନଙ୍କ ମଙ୍ଗୁଆଳ ସାଜିବାକୁ ଚାହୁଁଛି କଂଗ୍ରେସ । ବୈଠକ ଅଟକିବା ପଛରେ ଆଉ ଏକ କାରଣ ରହିଥିବା କୁହାଯାଉଛି । ନୀତୀଶ କହିଥିଲେ ବୈଠକରେ ଦଳର ମୁଖ୍ୟମାନେ କେବଳ ସାମିଲ ହେବେ ପ୍ରତିନିଧି ପଠାଇଲେ ଚଳିବନି । ଏହାକୁ କଂଗ୍ରେସ ନାପସନ୍ଦ କରିଥିଲା । ଏଆଇସିସ ସଭାପତି ମଲ୍ଲିକାଜୁନ ଖଡ଼ଗେ ଓ ରାହୁଲଗାନ୍ଧୀୀଙ୍କ ବଦଳରେ ଦଳର ତାର ପ୍ରତିନିଧି ପଠାଇବା ପାଇଁ ପ୍ରସ୍ତରବ ଦେଇଥିଲା । ଆଉ ଏହି କଂଗ୍ରେସର ଏହି ଆଭିମୁଖ୍ୟ ଦେଇ ଏହି ବୈଠକ ସ୍ଥଗିିତ ହୋଇଥିବା କୁହାଯାଉଛି ।

କିଛି ଦିନ ହେବ ବୈଠକ ପାଇଁ କସରତ ଆରମ୍ଭ କରିଥିଲେ ନୀତୀଶ କୁମାର । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପହଁଚି ନେତାଙ୍କୁ ଭେଟି ବିରୋଧୀ ଦଳ ବୈଠକ ପାଇଁ ରାଜି କରାଇଥିଲେ । ତେବେ କଂଗ୍ରେସର ଆଭିମୁଖ୍ୟ ପାଇଁ ବୈଠକ ଅଟକିଥିବା କୁହାଯାଉଛି । ପ୍ରଶ୍ନ ଉଠୁଛଛି ବିରୋଧୀମାନଙ୍କ ନେତୃତ୍ୱ ନୀତୀଶଙ୍କ ବଦଳରେ କଂଗ୍ରେସ ଯଦି ନିଏ ତେବେ ମମତା ବାର୍ନାଜୀ ଓ ଅରବିନ୍ଦ କେଜ୍ରିୱାଲ ଏଥିରୁ ଦୂରେଇ ପାରନ୍ତି । ଏଭଳି ସ୍ଥିତିରେ ୨୦୨୪ ବିରୋଧୀଙ୍କ ସାମ୍ଭାବ୍ୟ ବୈଠକ ଉପରେ ଅନିଶ୍ଚିତା ଦେଖାଦେଇଛି ।