୧୯ ମହାସମରରେ ଆଜି ଶେଷ ପର୍ଯ୍ୟାୟ ଭୋଟିଂ। ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ନୀତିଶ। କହିଲେ, ଫେବୃଆରୀ, ମାର୍ଚ୍ଚ କିମ୍ବା ଅକ୍ଟୋବରରେ ହେଉ ନିର୍ବାଚନ

୧୯ ମହାସମରରେ ଆଜି ଶେଷ ପର୍ଯ୍ୟାୟ ଭୋଟିଂ। ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ନୀତିଶ। କହିଲେ, ଫେବୃଆରୀ, ମାର୍ଚ୍ଚ କିମ୍ବା ଅକ୍ଟୋବରରେ ହେଉ ନିର୍ବାଚନ

କନକ ବ୍ୟୁରୋ: ଆଜି ଦେଶରେ ଚାଲିଛି ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ । ଏଭଳି ସମୟରେ ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଦେଶରେ ଅପ୍ରେଲ ଓ ମେ ମାସରେ ୭ ଟି ପର୍ଯ୍ୟାୟରେ ଭୋଟ୍ କରାଯିବାକୁ ନେଇ ଖାସ କରି ସେ ପ୍ରଶ୍ନ କରିଛନ୍ତି । ପ୍ରବଳ ଖରାରେ ଏପରି ମତଦାନ ପ୍ରକ୍ରିୟା ଭୋଟରଙ୍କୁ ଅନେକ ସମସ୍ୟାରେ ପକାଉଛି । ଯେତେବେଳେ ପ୍ରବଳ ଖରାରେ ବାହାରିବା ମୁସ୍କିଲ୍ ହୋଇଯାଉଛି , ଲୋକେ କେମିତି ପଦାକୁ ଆସି ଭୋଟ୍ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

publive-image

ଏହାକୁ ନେଇ ଦେଶର ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି ନୀତିଶ । କହିଛନ୍ତି ଏତେ ଲମ୍ୱା ନିର୍ବାଚନ ଅବଧି ନକରି ଏହାକୁ ଛୋଟିଆ କରାଗଲେ ଭଲ ହୁଅନ୍ତା । ଦେଶର ସମସ୍ତ ରାଜନୈତିକ ଦଳ ଏନେଇ ଏକାଠି ବସି ବିଚାର କରିବା ଆବଶ୍ୟକ । ଭୋଟକୁ ଫ୍ରେବ୍ରୁଆରୀରୁ ମାର୍ଚ କିମ୍ୱା ଅକ୍ଟୋବର - ନଭେମ୍ୱର ମାସରେ କରାଇଲେ ଏହା ସାଧାରଣ ଲୋକଙ୍କ ପାଇଁ ସୁବିଧା ଜନକ ହେବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ନିର୍ବାଚନ ସରିବା ପରେ ପରେ ସେ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକୁ ଏହା ଉପରେ ବିଚାର କରିବାକୁ ଚିଠି ଲେଖିବେ ବୋଲି କହିଛନ୍ତି । ପୁରା ନିର୍ବାଚନକୁ ୩ରୁ ୪ ଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତାବ ରଖିଛନ୍ତି ନୀତିଶ କୁମାର ।

publive-image

ସବୁଠାରୁ ରୋଚକ କଥା ହେଉଛି ଚଳିତ ଥର ବିରୋଧୀ ଦଳ ଗୁଡିକ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । କିଛି ଦଳ ମଧ୍ୟ ରମଜାନ୍ ମାସରେ ଭୋଟ୍ ରଖାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଏହା ପ୍ରଥମ ଥର ଯେ ବିଜେପିର ସହଯୋଗୀ ଦଳ ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe