କନକ ବ୍ୟୁରୋ : ବିହାରରେ ଖେଳାଯିବ କି ‘ସୁପର ଓଭର’ ? କାରଣ ଆଗରେ ଏନଡିଏକୁ ଚେକ୍ ଦେଇ ବର୍ତ୍ତମାନ ସମୟରେ ଆଗକୁ ବଢି ବଢି ଚାଲିଛି ଆରଜେଡି । ବର୍ତ୍ତମାନର ରିପୋର୍ଟ ସୁଦ୍ଧା ୧୨୦ ଆସନ ସହ ଏନଡିଏ ଆଗରେ ରହିଛି କିନ୍ତୁ ୧୧୫ ଆସନରେ ଆଗୁଆ ରହିବା ସହ କଡା ଟକ୍କର ଦେଉଛି ମହାମେଣ୍ଟ ।
ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ମଧ୍ୟ ଏମିତି ଅନେକ ଆସନ ରହିଛି, ଯେଉଁଠି ଭୋଟ୍ ବ୍ୟବଧାନ ୫୦୦ରୁ ମଧ୍ୟ କମ୍ ରହିଛି । ଅର୍ଥାତ କେଉଁ ମୁହୂର୍ତ୍ତରେ ଯେ, ବିହାର ରାଜନୀତି ଗଣିତ ବଦଳିଯାଇପାରେ । ଆଉ ଏଭଳି ସ୍ଥିତିରେ ବିହାରରେ ପୂର୍ଣ୍ଣ ସରକାର ଗଠନ ହୋଇପାରୁଛି, ନା ଝୁଲା ସରକାର ହୋଇରହୁଛି, ତାଉପରେ ରହିଛି ସମସ୍ତଙ୍କ ନଜର ।
ତେବେ ନିର୍ବାଚନ ରଣାଙ୍ଗନରେ ଏମିତି ଲଢେଇ ବୋଧହୁଏ ଆଗରୁ କେବେ ଦେଖିନଥିଲା ବିହାର । ଗତ ୧୫ ବର୍ଷ ହେଲା ବିହାରରେ କ୍ଷମତା ନୀତିଶ କୁମାରଙ୍କ ହାତରେ ରହିଛି । କିନ୍ତୁ ଏଥର ନିର୍ବାଚନରେ ଜଣେ ୩୧ ବର୍ଷର ଯୁବକ ଏମିତି କଡା ଟକ୍କର ଦେବେ ତାହା ହୁଏତ କେହି କେବେ ଆକଳନ ବି କରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/bihar3.jpg)