କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ସମାଲୋଚନା କରିଛି ଆରଜେଡି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଟିରୁ ଭୁଲରେ ‘୪୦୦ ପାର’ ବଦଳରେ ‘୪୦୦୦ ପାର’ ବୋଲି ବାହାରିଯିବା ଚର୍ଚ୍ଚାର ବିଷୟ ହୋଇଛି । ନୀତୀଶ ତାଙ୍କ ଉଦବୋଧନରେ କହିଥିଲେ ଆମେ ପୁରା ଆଶାବାଦୀ ରହିଛୁ ଯେ ଏଥର ଏନଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ । ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ । ୪ ହଜାରରୁ ଅଧିକ ସାଂସଦ ଏନଡିଏରୁ ନିର୍ବାଚିତ ହେବେ ।’ ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦୦ ପାର’ ଲକ୍ଷ୍ୟ ରଖିଛନ୍ତି । ୨୫ ମିନିଟ୍ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ ନୀତୀଶ କୁମାର । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛିି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିଶ ମୋଦୀଙ୍କ ପାଦ ଛୁଇଁବା ଭିଡିଓ ଦେଖିବା ପରେ ଲଜ୍ୟା ଲାଗୁଛି ବୋଲି କହିଛନ୍ତି । ନିକଟରେ ମହାମେଣ୍ଟ ସହ ସଂପର୍କ ତୁଟାଇ ନୀତୀଶ କୁମାର ଏନଡିଏକୁ ଫେରି ବିହାରରେ ସରକାର ଗଢିଛନ୍ତି ।