ପାକିସ୍ତାନ ଓ ବାଂଗ୍ଲାଦେଶୀ ଶରଣାର୍ଥୀଙ୍କୁ ଦେଶର ବାହାର କରିଦେବା ପ୍ରସଙ୍ଗ । ଯୋଗୀଙ୍କୁ ଟାର୍ଗେଟ୍ କଲେ ନିତୀଶ । କହିଲେ କାହାର ଦମ୍ ନାହିଁ ଦେଶର ନାଗରିକଙ୍କୁ ବାହାର କରିଦେବ

278

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିହାରରେ ଅନୁଷ୍ଠିତ ହେବ ତୃତୀୟ ବା ଶେଷ ମତଦାନ । ହେଲେ ଶେଷ ପର୍ଯ୍ୟାୟର ଭୋଟ ଗ୍ରହଣ ପୂର୍ବରୁ ଧିରେ ଧିରେ ଖୋଲୁଛି ଏନଡିଏ ମେଣ୍ଟ ଭିତରେ ଥିବା ବିବାଦ । ବିଜେପିର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନିତୀଶ କୁମାର ।

ଏକ ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ବାଂଗ୍ଲାଦେଶୀ ଶରଣାର୍ଥୀଙ୍କୁ ଦେଶ ବାହାରକୁ ଫେଙ୍ଗିଦେବା ଆବଶ୍ୟକ ବୋଲି କହିଥିଲେ । ଏହାକୁ ନେଇ ଆକ୍ରାମକ ହୋଇଛନ୍ତି ନିତୀଶ । ନିତୀଶ କହିଛନ୍ତି କି କାହାର ଦମ୍ ନାହିଁ କି ଆମ ଦେଶର ଲୋକଙ୍କୁ ବାହାର କରିଦେବ ।
ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ କିଶନଗଞ୍ଜ ଠାରେ ଏକ ନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋର୍ଦ୍ଧିତ କରିବାକୁ ଯାଇ ନତୀଶ କୁମାର କହିଥିଲେ କି । ରାଜ୍ୟରେ ମୁସଲମାନଙ୍କ ସଂଖ୍ୟା ବହୁ ଅଧିକ । ତେଣୁ ସେମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଉପରେ ସେ କହିଥିଲେ । ଯାହାର ଇସାରା ନାଗରିକ ସଂଶୋଧନ ଆଡକୁ ଯାଇଥିଲା । ତାଙ୍କ କହିବାର ଉର୍ଦ୍ଦେଶ୍ୟ ଥିଲା କି ସମସ୍ତଙ୍କୁ ସାଥିରେ ନେଇ ଚାଲିବା ସରକାରର ଧର୍ମ ।

ଏନେଇ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ନିତୀଶ କୁମାର କହୁଛନ୍ତି କି ଦେଶରେ କାହାର ତାକତ୍ ନାହିଁ କି ଦେଶର ନାଗରିକଙ୍କୁ ବାହାର କରିଦେବ । ଏଦେଶରେ ରହୁଥିବା ଲୋକଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଓ ଭାଇଚାରା ରହିଛି ତାହାକୁ ଯିଏ ଭାଙ୍ଗିବାକୁ ଚାହିଁବ ତାକୁ ଦେଶବାସୀ କ୍ଷମା ଦେବେ ନାହିଁ । କିଛି ଲୋକ ଦେଶ ଭିତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦେଶର ଜନତା ଏକାଠି ରହିଲେ ଦେଶର ବିକାଶ ହେବ । ଏସବୁ କଥା କହିବା ବେଳେ ନିତୀଣ କହାରି ନାମ ନେଇ ନଥିଲେ । ହେଲେ ଏହା ସ୍ପଷ୍ଟ ହୋଇଛି ଯେ ସେ ଏଭଳି କଥା ଉତ୍ତରପ୍ରାଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି । କାରଣ ଯୋଗୀ ବିହାର ବିଜେପିର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସି ଏକ ସଭାରେ ନିତୀଶଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା ନକରି ସେ ନାଗରିକତା ସଂଶୋଧନ କାନୁନ ଉପରେ ଲମ୍ବା ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ କି ପାକିସ୍ତାନ ଓ ବାଂଗ୍ଲାଦେଶରୁ ଆସି ଦେଶରେ ଆଡ୍ଡା ଜମାଇଥିବା ଶରଣାର୍ଥୀ ମାନଙ୍କୁ ଦେଶ ବାହାରକୁ ଫିଙ୍ଗିଦେବା ଉଚିତ । ନିତୀଶ ଏଭଳି କଥା କହିବା ପରେ ବିଜେପି ଓ ଜେଡିୟୁ ଭିତରେ ଥିବା ଫାଟ ପଦାରେ ପଡିଛି ।