କନକ ବ୍ୟୁରୋ : କନକ ବ୍ୟୁରୋ : ବିହାର ରାଜନୀତିରେ ଏବେ କ୍ଷମତା ସଂକଟ ଦେଖିବାକୁ ମିଳିଛି । ବିହାରର ମୁଖ୍ୟମନ୍ତ୍ରୀ ତଥା ସୁଶାସନ ବାବୁ ନାମରେ ପରିଚିତ ନୀତିଶ କୁମାର ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେପଟେ ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ ପରେ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଘୋଷଣା କରିଥିଲେ ନୀତିଶ କୁମାର । ଅନୁମାନ କରାଯାଉଛି କି ଖୁବଶୀଘ୍ର ନୀତିଶକୁମାରଙ୍କ ଜେଡିୟୁ ମହାଗଠବନ୍ଧନ ସହ ମେଣ୍ଟ କରି ସରକାର ଗଠନ କରିବେ ।

Advertisment

ସେପଟେ କୁହାଯାଉଛି କି ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ସହ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ବିଧାୟକଙ୍କ ସମର୍ଥନ ପତ୍ର ବି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ମହାଗଠବନ୍ଧନ ସହ ବୈଠକ ପରେ ନିଷ୍ପତ୍ତି କୁମାର ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି ।

ସେପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ଦେଖା ଦେଇଛି ତାହା ମୁତାବକ ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ସରକାର ଗଠନ କରିବେ । ଏହି କ୍ରମରେ ଏବେ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ଆକଳନ କରାଯାଉଛି । ଏହି ୧୬୦ ବିଧାୟକଙ୍କ ମଧ୍ୟରେ ଜେଡିୟୁର ୪୫, ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ଅଛନ୍ତି ।