ଖୁବଶୀଘ୍ର ଆରଜେଡିରେ ବିଲୟ ହୋଇପାରେ ଜେଡିୟୁ ! ବିଧାୟକଙ୍କୁ ଭେଟି ରାଜ୍ୟପାଳଙ୍କ ନିକଟରେ ପହଂଚିଲେ ନୀତିଶ କୁମାର

2,715

କନକ ବ୍ୟୁରୋ: ବିହାର ମୌସୁମୀ ବର୍ଷା ରାଜ୍ୟବାସୀଙ୍କୁ ବେହାଲ କରିଥିବା ବେଳେ ଏବେ ବିହାର ରାଜନୀତିରେ ନୂଆ ସମିକରଣକୁ ନେଇ ବିହାର ରାଜନୀତି ବି ବେହାଲ ଅବସ୍ଥାରେ ପହଂଚିଛି । ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟ କରିବା ପରେ ଏବେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ବୈଠକ କରୁଛନ୍ତି । ଏହି ବୈଠକ ପରେ ବିହାରରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆରଏଲଡି ବି ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଦାବି କରିଛନ୍ତି ଆରଜେଡିରେ ଜେଡିୟୁକୁ ବିଲୟ କରିବା ନେଇ ନୀତିଶ କୁମାର ନିଷ୍ପତ୍ତି ନେଇସାରିଛନ୍ତି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଏହାର ସୂତ୍ରଧର ଓ ଲଲନ ସିଂ ଏବେ ଆରଜେଡି ପାଇଁ କାମ କରୁଥିବା କୁଶବାହା ଦାବି କରିଛନ୍ତି ।

କେବଳ ଉପେନ୍ଦ୍ର କୁଶବାହା ନୁହଁନ୍ତି ବିଜେପି ବିହାର ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ମଧ୍ୟ ଏହା ଉପରେ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି କି, ନୀତିଶ କୁମାର ବିଜେପିକୁ ଭୟ କରୁଛନ୍ତି । ଏବେ ତାଙ୍କର ନିଜ ଦଳର ବିଧାୟକ ଓ ସାଂସଦଙ୍କ ଉପରେ ମଧ୍ୟ ଭରସା କରିପାରୁ ନାହାଁନ୍ତି । ଏହି କାରଣରୁ ଜଣେ ଜଣେ କରି ଦଳର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟୁଛନ୍ତି ନୀତିଶ କୁମାର ।

ସୂଚନା ଥାଉକି ଆରଜେଡିରେ ଜେଡିୟୁକୁ ବିଲୟ କରିବା ନେଇ ପ୍ରଥମେ ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଉପେନ୍ଦ୍ର କୁଶବାହା କଥା ଉଠାଇଥିଲେ । ସେ କହିଥିଲେ କି ଯଦି ଏଭଳି ହେବ ତେବେ ଜେଡିୟୁ ପାଇଁ ଏହା ଆତ୍ମଘାତି ହୋଇପାରେ । ଏହାସହ ଥରେ ନୀତିଶ କୁମାର ମଧ୍ୟ କହିଥିଲେ କି ୨୦୨୫ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ନେତୃତ୍ୱ ତେଜସ୍ୱୀ ଯାଦବ ନେବେ ।