ଭୋଟ୍ ଦେଲେ ତାଡି ବିକ୍ରି ପାଇଁ ମିଳିବ ଅନୁମତି : ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋଟ୍ ଦେଲେ ତାଡି ବିକ୍ରି ପାଇଁ ମିଳିବ ଅନୁମତି : ପୂର୍ବତନ ମୁଖ୍ୟମନ୍ତ୍ରୀ

Source:The Indian Express

ସରକାରକୁ ଆସିଲେ ଆମେ ତାଡ଼ି ବିକ୍ରି ଉପରେ ଲାଗିଥିବା ନିଷେଧାଜ୍ଞା ଉଠାଇଦେବୁ । ବିହାରରେ ଶାସନ କରୁଥିବା ନୀତୀଶ ସରକାର ରାଜ୍ୟରେ ତାଡ଼ି ବିକ୍ରି ବନ୍ଦ କରିଥିବାରୁ ଏହି ସରକାର ଦଳିତ ବିରୋଧୀ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆଓ୍ଵାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତିନ ରାମ ମାଂଝି ।

publive-image

ଏଠାରେ ରାଷ୍ଟ୍ରୀୟ ଜନତା ଦଳ ସହିତ ମିଳିତଭାବେ ଆୟୋଜିତ ଗରିବ ମହାସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ସେ ମଧ୍ୟ ମଦକୁ ବିରୋଧ କରୁଛନ୍ତି, କିନ୍ତୁ ନୀତୀଶ ସରକାର ତାଡ଼ି ଉପରେ ନିଷେଧାଜ୍ଞା ଲଗାଇବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ଜୀବିକା ହରାଉଛନ୍ତି । ଏଣୁ ସେ ସରକାରକୁ ଆସିଲେ ରାଜ୍ୟରେ ପୁଣି ତାଡ଼ି ବିକ୍ରିକୁ ଅନୁମତି ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଓ ବିହାରର ନିତିଶ ସରକାର ଉଭୟ ଗରିବ ଓ ଦଳିତ ବିରୋଧୀ । କେନ୍ଦ୍ର ସରକାର ଜାତିଗତ ଜଳଗଣନା ପ୍ରକାଶ କରିବା ସହ ଏହି ଜନଗଣନା ଅନୁସାରେ ସଂରକ୍ଷଣ ଲାଗୁ କରିବା ଆବଶ୍ୟକ । ଅନ୍ୟପକ୍ଷରେ ସଂରକ୍ଷିତ ଲୋକସଭା ଓ ବିଧାନସଭା ଆସନ ଗୁଡ଼ିକରେ କେବଳ ଦଳିତ ମାନଙ୍କୁ ଭୋଟଦାନ ଅଧିକାର ମିଳୁ ବୋଲି ସେ ଦାବି କରିଛନ୍ତି ।

publive-image

ସୂଚନାଯୋଗ୍ୟ ଯେ ଶ୍ରୀ ମାଂଝି ପୂର୍ବରୁ ଏନଡିଏରେ ଥିଲେ ମଧ୍ୟ ଏବେ ସେ ଏନଡିଏରୁ ବାହାରି ଆସି ରାଷ୍ଟ୍ରୀୟ ଜନତା ଦଳ ସହିତ ବୁଝାମଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe