ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ: ବିଜେପିକୁ ବଡ ଫାଇଦା; ଏନଡିଏରେ ବଡ ଭାଗୁଆଳ: ଚିରାଗ ବୁଡାଇଲେ ଜେଡିୟୁ ଓ କଂଗ୍ରେସ ବୁଡାଇଲା ତେଜସ୍ୱୀଙ୍କ ଗଣିତ

503

କନକ ବ୍ୟୁରୋ: ବିହାରରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ । ଶେଷ ଯାଏଁ କଡା ଟକ୍କର ଦେଇଥିଲା ମହାଗଠବନ୍ଧନ । ତେବେ ଶେଷ ମୂହୂର୍ତିରେ ପଲିଟିଛି ବାଜି । ତେବେ ବିହାର ନିର୍ବାଚନରୁ ୫ଟି ସଙ୍କେତ ଦେଖିବାକୁ ମିଳିଛି ।

୧- ପ୍ରଥମ ସଙ୍କେତ ହେଉଛି ବିଜେପିକୁ ବଡ ଫାଇଦା । ୨୦୧୫ ତୁଳନାରେ ଦଳକୁ ଅଧିକ ସଫଳତା ମିଳିଛି । ବିଜେପିକୁ ମିଳିଛି ୭୪ ଆସନ । ମୋଦି ଫ୍ୟାକ୍ଟର ବଡ କାମ କରିଛି ।

୨- ଏନଡିଏର ଜେଡିୟୁକୁ ପଛରେ ପକାଇ ବଡ ଭାଗୁଆଳି ହୋଇଛି ବିଜେପି ।ନୀତିଶ କୁମାର ଏନଡିଏର ଚେହେରା ହୋଇଥିଲେ ବି ଜେଡିୟୁ ତୃତୀୟ ଦଳ ହୋଇଛି ।ବିହାରରେ । ବର୍ତମାନ ବିଜେପି ନୂଆ ସରକାରରେ ଅଧିକ ମୁଲଚାଲ ଦାବି କରିବ ।

୩- ନିର୍ବାଚନରେ ଜେଡିୟୁ ଓ କଂଗ୍ରେସର ଖରାପ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ୭୦ ଆସନରେ ଲଢିଥିଲେ ବି ପାଇଛି ମାତ୍ର ୧୯ ଆସନ । ଦଳର ଖରାପ ପ୍ରଦର୍ଶନ ମହାଗଠବନ୍ଧନର ଆସନ ସଂଖ୍ୟା ଉପରେ ପ୍ରଭାବ ପକାଇଛି । ସବୁଠାରୁ ବଡ କ୍ଷତିର ସମ୍ମୁଖୀନ ହୋଇଛି ଜେଡିୟୁ । ଦଳକୁ ମିଳିଛି ମାତ୍ର ୪୩ ଆସନ

୪-ବିହାରରେ ଜେଡିୟୁର ଖେଳ ବିଗାଡିଛି ଚିରାଗ ପାଶୱାନଙ୍କ ଏଲଜେପି । ଜେଡିୟୁ ଦେଇଥିବା ଆସନରେ ପ୍ରାର୍ଥୀ ଦେଇଥିଲା ଏଲେଜେପି । ଫଳରେ ଭୋଟ ବିଭାଜନ ହୋଇଥିଲା ।

୫. ବିହାରର ସୀମାଚଂଳରେ ଅବିଶଉଦ୍ଦିନ ଅୱେଶିଙ୍କ ଏଆଇଏମଆଇଏମ ବିଗାଡିଛି ମହାଗଠବନ୍ଧନର ଗଣିତ । ପ୍ରାୟ ୧୧ଟି ଆସନରେ ଏହା ମହାଗଠବନ୍ଧନର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇଛି ।

ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନୀତିଶ କୁମାର । ମୋଟ ୨୪୩ ଆସନ ମଧ୍ୟରୁ ଏନଡିଏକୁ ୧୨୫ ଆସନ ମିଳିିଥିବାବେଳେ ମହାମେଂଟ ୧୧୦ଟି ଆସନରେ ବିଜୟୀ ରହିଛି । ଅନ୍ୟାନ୍ୟ ଦଳ ୭ଟି ଆସନରେ ବିଜୟୀ ହେଉଥିବା ବେଳେ ଏଲ୍ଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ଗତକାଲି ମଧ୍ୟରାତ୍ରୀ ଯାଏଁ ବିହାରରେ ଭୋଟଗଣତି ଚାଲିଥିଲା । ଶେଷଯାଏଁ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ଏନଡିଏକୁ କଡା ଟକ୍କର ଦେଇଥିଲା । ଏନଡିଏରେ ସବୁଠାରୁ ବଡ ଦଳ ହୋଇଛି ବିଜେପି । ଦଳକୁ ୭୪ ଆସନ ମିଳିଥିବାବେଳେ ଜେଡିୟୁକୁ ୪୩ ଓ ଅନ୍ୟାନ୍ୟକୁ ୮ଟି ଆସନ ମିଳିଛି । ସେହିଭଳି ମହାଗଠବନ୍ଧନରେ ଆରଜେଡିକୁ ୭୬, କଂଗ୍ରେସକୁ ୧୯ ଓ ବାମଦଳକୁ ୧୬ ଆସନ ମିଳିଛି । ତେବେ ଏନଡିଏରେ ଜେଡିୟୁକୁ ପଛରେ ପକାଇ ବଡ ସହ ଯୋଗୀ ହୋଇଛି ବିଜେପି । ତେବେ ଏନଡିଏର ଭୋଟ ପ୍ରତିଶତ କମିଛି ।