୯ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ. ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ କୁମାର । ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା ।

95

କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ନୀତିଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ମେଣ୍ଟ ପରିବର୍ତ୍ତନରେ ମାହିର ନୀତୀଶଙ୍କ ରାଜନୈତିକ ଗୋଟି ଚାଳନା ବିହାରରେ ଆରଜେଡିକୁ କ୍ଷମତାରୁ ଦୂରେଇ ଦେଇଛି । ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ ମହାମେଣ୍ଟ ଛାଡିବା ଇଣ୍ଡିଆ ମେଣ୍ଟ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ଯାହାକି ସମଗ୍ର ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ବିହାର ମୁଖ୍ୟମନ୍ତ୍ରୀ ଏନଡିଏକୁ ଫେରିବା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଏନଡିଏ ମେଣ୍ଟ ପାଇଁ ଆନନ୍ଦର ବିଷୟ ବୋଲି କହିଛନ୍ତି । ନୀତିଶ କୁମାର ବିଜେପି ସହ ଯୋଡି ହେବା ସ୍ୱାଭାବିକ ମେଂଟ ବୋଲି ସେ କହିଛନ୍ତି । ବିରୋଧୀ ଇଣ୍ଡିଆ ମେଂଟକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହା ଭ୍ରଷ୍ଟାଚାର ବଂଚାଓ, ପରିବାର ବଞ୍ଚାଅ ପାଇଁ ତିଆରି ହୋଇଛି । ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନୂଆ ଏନଡିଏ ସରକାର ‘ଉଜ୍ଜ୍ୱଳ ବିହାର’ ଗଠନ କରିବ ବୋଲି ନଡ୍ଡା କହିଛନ୍ତି ।