ଜାତି ଭିତ୍ତିକ ଜନଗଣନା ଦାବି : ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ଟି ଦଳର ନେତା

ନେତୃତ୍ୱ ନେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ପୂର୍ବରୁ ଓଡ଼ିଶାର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା କେନ୍ଦ୍ର

157

କନକ ବ୍ୟୁରୋ : ତେଜୁଛି ଜାତି ରାଜନୀତି । ସାରା ଦେଶରେ ଓବିସିଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିହାରରେ ମଧ୍ୟ ଏହାକୁ ନେଇ ସ୍ୱର ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇବେ । ନୀତିଶ କହିଛନ୍ତି, ଦେଶର ଜନସାଧାରଣ ଚାହାନ୍ତି ଜାତି ଗଣନା ହେଉ । ଏହା ହେଲେ ଜାତିଗୁଡିକର ସଠିକ ତଥ୍ୟ ସମସ୍ତଙ୍କ ସାମନାରେ ରହିପାରିବ ।

କିଛି ଦିନ ଧରି ନୀତିଶ କୁମାର ଦେଶରେ ଜାତି ଭିତ୍ତିକ ଗଣନା ହେଉ ବୋଲି ଦାବି କରିଆସୁଛନ୍ତି । କିଛି ଦିନ ପୂର୍ବରୁ ଲୋକସଭାର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରେ ମତ ଦେଇଥିଲେ ଯେ କେନ୍ଦ୍ର ଦେଶରେ ଜାତି ଭିତିକ ଗଣନା ସପକ୍ଷରେ ନାହିଁ । ତେବେ ଏହି ମତାମତ ପରେ ନୀତିଶ ଟ୍ୱିଟ କରି ସୂଚନା ଦେଇଥିଲେ ଯେ ୨୦୧୯ରେ ଜାତି ଭିତ୍ତିକ ଗଣନା ସମ୍ପର୍କିତ ଏକ ବିଧେୟକ ବିଧାନସଭାରେ ସର୍ବସମ୍ମତିରେ ପାସ କରି କେନ୍ଦ୍ର ନିକଟକୁ ପଠାଇଥିଲେ । ତେବେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଜାତି ଗଣନା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଛନ୍ତି ।